ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ଏସିଆ କପ୍ କ୍ରିକେଟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲା । ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ମଧ୍ୟରେ ଏହି ମ୍ୟାଚ୍ ଦୁବାଇର ଇଂଟରମିଶନ ଷ୍ଟାଡିୟମରେ ହେବ । ମ୍ୟାଚ୍ କୁ ନେଇ ଦୁଇ ଦଳ ଭିତରେ ଉତ୍ସାହ ସମାନ ରହିଛି । ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଭାରତର ଟେନିସ୍ କୁଇନ ସାନିଆ ମିର୍ଜା ସୋସିଆଲ ମିଡିଆରୁ ବିଦାୟ ଘୋଷଣା କରିଛନ୍ତି । ଆଗାମୀ କିଛି ଦିନ ପର୍ଯ୍ୟନ୍ତ ସୋସିଆଲ ମିଡିଆ ବ୍ୟବହାର କରିବେ ନାହିଁ ବୋଲି ସାନିଆ କହିଛନ୍ତି ।
ପାକିସ୍ତାନ କ୍ରିକେଟର ଅଲରାଉଣ୍ଡର ସୋହେବ ମଲିକଙ୍କ ପତ୍ନୀ ସାନିଆ ମିର୍ଜା ଟ୍ୱିଟ୍ କରି କହିଛନ୍ତି କି, ‘ଏବେ ମ୍ୟାଚ୍ ଆରମ୍ଭ ହେବାକୁ ୨୪ ଘଂଟାରୁ କମ ସମୟ ଅଛି । ଭଲ ହେବ କିଛି ଦିନ ପାଇଁ ସୋସିଆଲ ମିଡିଆକୁ ସାଇନ ଆଉଟ୍ କରିନେବା, କାରଣ ଏଠାରେ ହେବାକୁ ଥିବା ବକୱାସ ଯେକୌଣସି ସାଧାରଣ ଲୋକଙ୍କୁ ରୋଗୀ କରିଦେବ । ପରେ ବନ୍ଧୁ ।’ସେ ଆହୁରି ମଧ୍ୟ ଲେଖିଛନ୍ତି କି ଲୋକେ ନଭୁଲନ୍ତୁ କି ଏହା କେବଳ ଏକ କ୍ରିକେଟ ମ୍ୟାଚ୍ ।
Soo less than 24hrs to go for this match,safe to sign out of social media for a few days since the amount of nonsense thts gonna b said here can make a ‘regular’ person sick ,let alone a pregnant one?Later guys!Knock yourselves out!BUT remember-ITS ONLY A CRICKET MATCH! Toodles!
— Sania Mirza (@MirzaSania) September 18, 2018
ସୋହେବ ତାଙ୍କ ଦଳ ସହ ଭାରତକୁ ଟକ୍କର ଦେବା ପାଇଁ ମଇଦାନକୁ ଓହ୍ଲାଇବେ । ଶେଷଥର ପାଇଁ ଭାରତ ଏବଂ ପାକିସ୍ତାନର ମୁହାଁ ମୁହିଁ ଇଂଲଣ୍ଡରେ ହୋଇଥିଲା । ସେଥିରେ ବାଜିମାରି ନେଇଥିଲେ ପାକିସ୍ତାନ ଦଳ ।