ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ବଜାରରେ ଜାନୁଆରୀ ରେ ଲଞ୍ଚ ହେବ କେଟିଏମ ୩୯୦ ଆଡଭେଞ୍ଚର । ଏହାପୂର୍ବରୁ କମ୍ପାନୀର ଡିଲରସିପ୍ ରେ ବୁକିଂ ଆରମ୍ଭ ହୋଇଯାଇଛି । କେଟିଏମ ୩୯୦ ଆଡଭେଞ୍ଚର ପାଇଁ କେଉଁ ଗ୍ରାହକ ୫ ହଜାର ଦେଇ ଗାଡି ବୁକିଂ କରୁଛନ୍ତି ତ ପୁଣି ଆଉ କେଉଁ ଗ୍ରାହକ ୧୦ ହଜାରରେ ଦେଇ ଗାଡି ବୁକିଂ କରୁଛନ୍ତି । ବର୍ତ୍ତମାନ ଏହି ଗାଡିର ଅନଅଫିସିଆଲ ବୁକିଂ ଆରମ୍ଭ ହୋଇଯାଇଛି । ମାତ୍ର ଲଞ୍ଚିଂର ଗୋଟେ ସପ୍ତାହ ପୂର୍ବରୁ ଅଫସିଆଲ ବୁକିଂ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି ।
ଏହି ବାଇକ୍ ୩୯୦ ଡ୍ୟୁକ୍ ଉପରେ ଆଧାରିତ , କିନ୍ତୁ ଏହାର ଷ୍ଟାଇଲିଙ୍ଗ କମ୍ପାନୀର ହେବି ଆଡଭେଞ୍ଚର ବାଇକ୍ ୭୯୦ ଆଡଭେଞ୍ଚରରୁ ନିଆଯାଇଛି । ୩୯୦ ଆଡଭେଞ୍ଚରରେ ଏଲଇଡି ଡିଆରଏଲ ସହିତ ସ୍ପ୍ଳିଟ୍ ଏଲଇଡି ହେଡଲ୍ୟାଂପ, ଫ୍ଲାଏସ୍କ୍ରିନ ଏବଂ କ୍ୟାପ୍ୟାକ୍ଟ ଫୁଏଲ ଟ୍ୟାଙ୍କ ରହିଛି । ଏହା ଏକ ଅଫ୍ ରେଡିଓ ବାଇକ, ସେଥିପାଇଁ ଏଥିରେ ଚଉଡା ହ୍ୟାଣ୍ଡଲବାର, ନକଲ ଗାର୍ଡସ, ମେଟଲ ବ୍ୟାଶ ପ୍ଲେଟ ଏବଂ ଡୁଆଲ ଟାୟର ରହିଛି । ଏହି କେଟିଏମ ୩୯୦ ଆଡଭେଞ୍ଚର ହାର୍ଡକୋର ଅଫ୍-ରୋଡ ବାଇକ ତୁଳନାରେ ଅଧିକ ସଫ୍ଟ-ରୋଡର । ଏହାର ଗ୍ରାଉଣ୍ଡ କ୍ଲିୟରାନ୍ସ ୨୦୦ ଏମଏମ । ଯାହାଫଳରେ ଯେତେ ଖରାପ ରାସ୍ତା ହୋଇଥିଲେ ମଧ୍ୟ ଗାଡି ଚାଲିବ ।