ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଲଜି ତାର ଲୋକପ୍ରିୟ ସ୍ମାର୍ଟଫୋନ୍ ଥିନ୍ କ୍ୟ ୫ଜି ପାଇଁ ଆଣ୍ଡ୍ରୋଏଡ ୧୧ ଅପଡେଟ ଜରି କରିଛି । ଏହା ଦ୍ୱାରା କମ୍ପାନୀ ଫୋନ୍ ର କ୍ୟାମେରାକୁ ପୂର୍ବପେକ୍ଷା ଭଲ କରିଛି । ଏହାବ୍ୟତିତ ଏହି ଅପଡେଟରେ ବବଲ ଚ୍ୟାଟ, ନ୍ୟୁ କ୍ୱିକ ସେଟିଙ୍ଗ ଆଇକନ, ନିୟରବାୟ ସେୟାର, ଫୋକସ ମୋଡ ଏବଂ ବେଡଟାଇମ ମୋଡ ଭଳି ଅନେକ ନୂତନ ଫିଚର୍ସ ଯୋଡାଯାଇଛି । ଖାସ୍ କଥା ହେଉଛି ଏଥିରେ ଜାନୁଆରୀ ୨୦୨୧ର ସିକ୍ୟୁରିଟି ପ୍ୟାଚ ମଧ୍ୟ ସାମିଲ କରାଯାଇଛି । ଏହି ନୂତନ ଅପଡେଟର ବିଲ୍ଡ ନମ୍ବର ରହିଛି ଭି୬୦୦ଭିଏମ୨୦ଏ । ଏହି ଅପଡେଟ୍ସ କୁ ଆପଣ ଫୋନ୍ ର ସେଟିଙ୍ଗ୍ କୁ ଯାଇ ଚେକ୍ କରି ପାରିବେ ।
ସୂଚନାଯୋଗ୍ୟ, ଏଲଜି ର ଥିନ୍ କ୍ୟୁ ୫ଜି ସ୍ମାର୍ଟଫୋନ୍ ରେ ୬.୮ ଇଞ୍ଚର ବଡ ଫୁଲ ଡିସପ୍ଲେ ଏଚଡି ପ୍ଲସ ଓଏଲଇଡି ଦିଆଯାଇଛି । ଯେଉଁଥି ପାଇଁ ଲୋକେ ଏହି ଫୋନ୍ କୁ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି । ଏଥିରେ ଅଣ୍ଡର ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେଂସର ମଧ୍ୟ ଦିଆଯାଇଛି । ଫଟୋ ପାଇଁ ଏଲଜି ଥିନକ୍ୟୁ ୫ଜି ଫୋନ୍ ରେ ୬୪ ମେଗାପିକ୍ସଲର ମେନ୍ କ୍ୟାମେରା ଦିଆଯାଇଛି ।