ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ତୈଳ କମ୍ପାନୀ ପକ୍ଷରୁ ପ୍ରତ୍ୟେକ ମାସରେ ଏଲପିଜି ସିଲିଣ୍ଡର ଦାମ୍ ସମୀକ୍ଷା କରାଯାଇଥାଏ । ସେହିଅନୁଯାୟୀ ତୈଳ କମ୍ପାନୀ ପକ୍ଷରୁ ଆଜି ୧୯ କିଲୋଗ୍ରାମର କର୍ମର୍ଶିଆଲ ଗ୍ୟାସ ସିଲିଣ୍ଡରର ଦାମରେ ୪୩.୫ ଟଙ୍କା ବୃଦ୍ଧି କରାଯାଇଛି । କିନ୍ତୁ କମ୍ପାନୀ ପକ୍ଷରୁ ୧୪.୨ କିଲୋଗ୍ରାମର ଏଲପିଜି ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।
ଦର ବୃଦ୍ଧି ହେବା ପରେ ଦିଲ୍ଲୀରେ ୧୯ କିଲୋଗ୍ରାମର ଏଲପିଜି ସିଲିଣ୍ଡର ଦାମ୍ ୧୭୩୬.୫୦ ଟଙ୍କା ହୋଇଥିବା ବେଳେ କୋଲକାତାରେ ଏହାର ଦାମ ୧୮୦୫.୫ ଟଙ୍କା, ମୁମ୍ବାଇରେ ୧୬୮୫ ଟଙ୍କା ଏବଂ ଚେନ୍ନାଇ ରେ ୧୮୬୭.୫ ଟଙ୍କା ହୋଇଛି । ଏହାପୂର୍ବରୁ ସେପ୍ଟମ୍ବର ମାସରେ ସିଲିଣ୍ଡର ଦାମରେ ୭୫ ଟଙ୍କା ମହଙ୍ଗା ହୋଇଥିଲା । ପ୍ରତ୍ୟେକ ରାଜ୍ୟରେ କର ଭିନ୍ନ ଭିନ୍ନ ହେଇଥିବା ହେତୁ ସେହଅନୁଯାୟୀ ଦାମ୍ ରେ ଅନ୍ତର ରହିଥାଏ ।