ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନୂତନ ବର୍ଷରେ ହାଣ୍ଡିଶାଳେ ମହଙ୍ଗା ମାଡ । ଆଜ୍ଞା ହଁ ରନ୍ଧନ ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି ହୋଇଛି । ଲଗାତର ଚତୁର୍ଥ ମାସରେ ରୋଷେଇ ଗ୍ୟାସର ଦରରେ ବୃଦ୍ଧି ହୋଇଛି । ଯାହାଫଳରେ ସାଧାରଣ ଜନତାଙ୍କୁ ବଡ ଝଟକା ଲାଗିଛି । ଦେଶର ପ୍ରମୁଖ ମହାନଗରରେ ବିନା ସବସିଡି ଯୁକ୍ତ ଗ୍ୟାସ ସିଲିଣ୍ଡର ପାଖାପାଖି ୧୯ ଟଙ୍କା ମହଙ୍ଗା ହୋଇଛି ।
ଆଜିଠାରୁ ଦିଲ୍ଲୀରେ ୧୪.୨ କିଲୋର ବିନା ସବସିଡି ଯୁକ୍ତ ସିଲିଣ୍ଡର ପାଇଁ ୭୧୪ ଟଙ୍କା ଦେବାକୁ ପଡିବ । ସେହିପରି କୋଲକାତାରେ ଏହାର ଦର ୭୪୭ ଟଙ୍କା, ମୁମ୍ବାଇ ଏବଂ ଚେନ୍ନାଇରେ ଦର କ୍ରମଶଃ ୬୮୪.୫୦ ଏବଂ ୭୩୪ ଟଙ୍କା । ଅନ୍ୟପଟେ ୧୯ କିଲୋଗ୍ରାମ ସିଲିଣ୍ଡରର ଦର ଦିଲ୍ଲୀରେ ୧୨୪୧ ଟଙ୍କା, କୋଲକାତାରେ ୧୩୦୮ ଟଙ୍କା, ମୁମ୍ବାଇରେ ୧୧୯୦ ଟଙ୍କ ଏବଂ ଚେନ୍ନାଇରେ ଏହାର ଦାମ୍ ୧୩୬୩ ଟଙ୍କା ହୋଇଯାଇଛି ।
ଗତମାସରେ ୧୪.୨ କିଲୋଗ୍ରାମର ବିନା ସବସିଡି ଯୁକ୍ତ ସିଲିଣ୍ଡର ଦର ୬୯୫ ରହିଥିଲା । ସେହିପରି କୋଲକାତାରେ ୭୨୫.୫୦ ଟଙ୍କା, ମୁମ୍ବାଇ ଏବଂ ଚେନ୍ନାଇରେ ୬୬୫ ଏବଂ ୭୧୪ ଟଙ୍କା ରହିଥିଲା ।