ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମୋଟୋରୋଲା ତାର ନୂତନ ମୋଟୋ ଜି୩୧ ସ୍ମାର୍ଟଫୋନ ଭାରତରେ ବିକ୍ରି ପାଇଁ ଉପଲବ୍ଧ କରିଛି । ପ୍ରଥାମ ଫ୍ଲିପକାର୍ଟରେ ଉପଲବ୍ଧ ହୋଇଛି । ୪ଜିବି ର୍ୟାମ, ୬୪ଜିବି ଇଂଟରନାଲ ଷ୍ଟୋରେଜ ଭ୍ୟାରିଆଣ୍ଟର ଦାମ୍ ୧୨,୯୯୯ ଟଙ୍କା ରଖା ଯାଇଛି । ସେହିପରି ୬ଜିବି ର୍ୟାମ, ୧୨୮ଜିବି ଇଂଟରନାଲ ଷ୍ଟୋରେଜ ଭ୍ୟାରିଆଣ୍ଟର ଦାମ୍ ୧୪,୯୯୯ ଟଙ୍କା ରଖାଯାଇଛି ।
ଅଫର୍ସ କଥା ଯଦି କହିବା ତେବେ ଗ୍ରାହକଙ୍କୁ କାନାରା ବ୍ୟାଙ୍କ କ୍ରେଡିଟ କାର୍ଡରୁ ଏହି ଫୋନ କିଣିବା ଉପରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଉଛି । ସେହିପରି ଆଇସିଆଇସିଆଇ ବ୍ୟାଙ୍କ ମାଷ୍ଟର କାର୍ଡରେ ମଧ୍ୟ ଗ୍ରାହକଙ୍କୁ ୧୦ ପ୍ରତିଶତ ରିହାତି ଦିଆଯିବ । ଏହାବ୍ୟତିତ ଏହି ଫୋନକୁ ଗ୍ରାହକ ପ୍ରତିମାସରେ ୪୫୧ ଟଙ୍କା ଇଏମଆଇରେ ମଧ୍ୟ କିଣି ପାରିବେ ।
ମୋଟୋରୋଲାର ଏହି ନୂତନ ଫୋନ ୬.୪ ଇଂଚର ଆମୋଲେଡ ଏଫଏଚଡି ଡିସପ୍ଲେ ସହିତ ଲଞ୍ଚ କରାଯାଇଛି । ଏହାର ରିୟରରେ ଟ୍ରିପଲର ରିୟର କ୍ୟାମେରା ସେଟଅପ ଦିଆଯାଇଛି । ଯେଉଁଥିରେ ମେନ୍ କ୍ୟାମେରା ୫୦ଏମପି ର ରହିଛି ।