ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଋଣ ବୋଝ କମ କରିବା ପାଇଁ ଖୁବ୍ ଶୀଘ୍ର ରିଲିଆନ୍ସ ଜିଓ ତା’ର ଦୁଇଟି ଇଂଫ୍ରା କମ୍ପାନୀକୁ ବନ୍ଦ କରିବାକୁ ଯାଉଛି । ବଜାରରେ ଜିଓ ଉପରେ ପାଖାପାଖି ୩ ଲକ୍ଷ କୋଟିର ଦାୟିତ୍ୱ ରହିଛି । ଏହା ସର୍ବୋମୋଟ ୧୫ ମିଲିୟନ ଡଲାର ମାନେ ୧.୦୭ ଲକ୍ଷ କୋଟି ଟଙ୍କାର ହେବ ।
ରିଲିଆନ୍ସ କମ୍ପାନୀ ତାର ଟେଲିକମ୍ ଟାୱାର ଏବଂ ଅପ୍ଟିକ୍ ଫାଇବର କେବୁଲ ବିଛାଉଥିବା କମ୍ପାନୀକୁ ବିକ୍ରି କରିବ ବୋଲି ଜାଣିବାକୁ ମିଳିଛି । ସେଥିପାଇଁ କମ୍ପାନୀ ପକ୍ଷରୁ ବିଶ୍ୱର ପ୍ରମୁଖ ଇମ୍ଫ୍ରା ଏବଂ ପ୍ରାଇଭେଟ୍ ଆକ୍ଟିଭ୍ ନିବେଶ କମ୍ପାନୀ ବ୍ରୂକଫିଲ୍ଡ ଏସିଡ୍ ମ୍ୟାନେଜମେଣ୍ଟକୁ ବାଛିଛି । ରିଲିଆନ୍ସ ପକ୍ଷରୁ ଏହି ବ୍ରୁକଫିଲ୍ଡକୁ ୧୫ ମିଲିୟନ ଡଲାରରେ ବିକ୍ରି କରାଯିବ ।
ସାରା ଦେଶରେ ଜିଓ ର ପାଖାପାଖି ୨.୨ ଲକ୍ଷ ଟାୱାର ରହିଛି, ସେଥିମଧ୍ୟରୁ କିଛି ତୃତୀୟ ପାର୍ଟି ପାଖରେ ଅଛି । ଏହାବ୍ୟତିତ ତିନି ଲକ୍ଷ କିଲୋମିଟରର ଅପ୍ଟିକ୍ ଫାଇବର ଅଛି ଯାହା ୩୦ କୋଟିର ଉପଭୋକ୍ତାଙ୍କ ପାଖରେ ନିଜର ନେଟୱାର୍କ ପହଁଚାଇଥାଏ ।
ସାରା ବିଶ୍ୱରେ ବର୍ତ୍ତମାନ ବ୍ରୁକଫିଲ୍ଡ ପାଖରେ ପାଖାପାଖି ୩୩୦ ବିଲିୟନ ଡଲାରର ସମ୍ପତ୍ତି ରହିଛି । ଗତବର୍ଷ କମ୍ପାନୀ ପକ୍ଷରୁ ରିଲିଆନ୍ସର ୧୪୦୦ ମିଲୋମିଟର ଲମ୍ବାର ଇଷ୍ଟ-ୱେଷ୍ଟ ପାଇପ୍ ଲାକନକୁ ୨ ବିଲିୟନ ଡଲାରରେ ବିକ୍ରି କରିଦିଆଯାଇଥିଲା । ଏହି ପାଇପ୍ ଲାଇନ୍ ଆନ୍ଧ୍ରପ୍ରଦେଶର କାକିନଡାରୁ ଆରମ୍ଭ ହୋଇ ଗୁଜୁରାଟର ଭରୁଚ ପର୍ଯ୍ୟନ୍ତ ଯାଇଛି । ଯଦି ଏହି ବ୍ୟବସ୍ଥା ହୋଇଯାଏ ତେବେ ବ୍ରୁକଫିଲ୍ଡ ସାରା ଦେଶରେ ସବୁଠାରୁ ବଡ ଟେଲିକମ ଇନଫ୍ରାଷ୍ଟ୍ରକଚର କମ୍ପାନୀ ହୋଇଯିବ ।