ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗୁରୁବାର ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଭାରତୀୟଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କି, ଖୁବ୍ ଶୀଘ୍ର ଭାରତୀୟ ପର୍ଯ୍ୟଟକମାନେ ଏଫିଲ ଟାୱାରରେ ପେମେଣ୍ଟ କରିପାରିବେ ।
ସେ କହିଛନ୍ତି କି, ଫ୍ରାନ୍ସରେ ଭାରତୀୟ ୟୁପିଆଇ ମାଧ୍ୟମରେ ଦେୟ ପ୍ରଦାନ ପାଇଁ ଏକ ଚୁକ୍ତିନାମା ହୋଇଛି। ଏଫିଲ ଟାୱାରରୁ ଏହା ଆରମ୍ଭ ହେବ ଏବଂ ୟୁପିଏ ମାଧ୍ୟମରେ ଭାରତୀୟମାନେ ଏଠାରେ ଟଙ୍କା ଦେଇପାରିବେ। ଏହି ଚୁକ୍ତି ଭାରତୀୟ ନବସୃଜନ ପାଇଁ ଏକ ନୂତନ ବଜାର ଖୋଲିବ। ଏଥି ସହିତ ଭାରତକୁ ଦ୍ରୁତ ବିକାଶଶୀଳ ଦେଶ କରିବା ପାଇଁ ଦେଶରେ ବିପୁଳ ପରିମାଣର ପୁଞ୍ଜି ବିନିଯୋଗ କରିବାକୁ ପ୍ରଧାନମନ୍ତ୍ରୀ ଭାରତୀୟମାନଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି, ସମସ୍ତ ରେଟିଂ ଏଜେନ୍ସି ଭାରତକୁ ଏକ ଉଜ୍ଜ୍ୱଳ ତାରକା ବୋଲି ବର୍ଣ୍ଣନା କରୁଛନ୍ତି । ଆପଣଙ୍କ ପାଇଁ ବିନିଯୋଗ ପାଇଁ ଏହା ହେଉଛି ଉପଯୁକ୍ତ ସମୟ ।