ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶେଷରେ ହ୍ୟୁଣ୍ଡାଇ ତାର ଅଲ-ନ୍ୟୁ ଆଇ୨୦ ଭାରତରେ ଲଞ୍ଚ କରିଛି । ଏହାର ପେଟ୍ରୋଲ ଭାରିଏଣ୍ଟର ଦାମ ୬.୮୦ ଲକ୍ଷ ଟଙ୍କା (ଏକ୍ସ ସୋରୁମ୍) ରଖାଯାଇଥିବା ବେଳେ ଡିଜେଲ ଭାରିଏଣ୍ଟର ପ୍ରାରମ୍ଭିକ ଦର ୮.୨୦ ଲକ୍ଷ (ଏକ୍ସସୋରୁମ) ରଖା ଯାଇଛି । ଏହି ଗାଡିକୁ ଗ୍ରାହକ ୬ ଟି କଲର ଅପ୍ସନ (ପୋଲର ହ୍ୱାଇଟ, ଟାଇକୁନ ସିଲଭର, ଟାଇଟନ ଗ୍ରେ, ଫୟରୀ ରେଡ, ଷ୍ଟେରୀ ନାଇଟ ଏବଂ ମେଟାଲିକ କପର) ରେ କିଣି ପାରିବେ ।
ସେହିପରି ଯଦି ଏହି କାର୍ ର ଡିଜାଇନ କଥା କହିବା ତେବେ ପୂର୍ବ ମଡେଲ ଅପେକ୍ଷା ଏହାକୁ ସାର୍ପର ଲୁକ ଦିଆଯାଇଛି । କାର ର ଫ୍ରଣ୍ଟରେ ଭାଇଡର କସ୍କେଡିଙ୍ଗ ଗ୍ରିଲ ଲାଗିଛି । ସେହିପରି ଏଥିରେ ଡିଆରଏଲଏସ ସହିତ ନୂତନ ହେଡଲାଇଟ ଦିଆଯାଇଛି । କାରରେ ନୂତନ ଜେଡ ସେପ୍ଡ ଏଲଇଡି ଟେଲ ଲାଇଟ୍ସ ବି ଦିଆଯାଇଛି ।
ସବୁଠାରୁ ଖାସ କଥା ହେଉଛି ଏଥରକ ଏହି ପ୍ରିମିୟମ ହ୍ୟାଚବ୍ୟାକ କାରକୁ ଦୁଇଟି ପେଟ୍ରୋଲ ଏବଂ ଗୋଟେ ଡିଜେଲ ଇଂଜିନ ଅପ୍ସନ ସହ ଲଞ୍ଚ କରାଯାଇଛି ।
ସେହିପରି ଯଦି ଗିଅରବକ୍ସ କଥା କହିବା ତେବେ ୧.୨ ପେଟ୍ରୋଲ ଇଂଜିନ ବିଶିଷ୍ଟ ଭାରିଏଣ୍ଟ ୫ସ୍ପିଡ ମାନୁଆଲ ଏବଂ ସିଭିଟି ଆଟୋମେଟିକ ଗିଅରବକ୍ସ ଅପ୍ସନ ସହ ଲଞ୍ଚ କରାଯାଇଛି ।