ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଘରୋଇ ଟେଲିକମ୍ କମ୍ପାନୀକୁ ଟକ୍କର ଦେବା ଲାଗି ଭାରତ ସଂଚାର ନିଗମ ଲିମିଟେଡ୍(ବିଏସଏନଏଲ) ପୁଣି ଥରେ ନିଜ ପ୍ଲାନ ଅପଡେଟ କରିଛି ।ଏହାପରେ ବିଏସଏନଏଲ ତାର ୯୬ ଟଙ୍କିଆ ପ୍ଲାନକୁ ପୁଣି ଥରେ ଲଞ୍ଚ କରିଛି । ଏହି ପ୍ଲାନକୁ ୯୦ ଦିନିଆ ପମୋଶନାଲ ଅଫର ହିସାବରେ କମ୍ପାନୀ ପକ୍ଷରୁ ଜାରି କରାଯାଇଛି ।
ଏହି ଖାସ୍ ପ୍ଲାନ୍ ଅକ୍ଟୋବର ୫ ରୁ ଆରମ୍ଭ ହୋଇଯାଇଛି । ଏହାପରେ ୟୁଜର୍ସ ମାନେ ସେମାନଙ୍କର ଫାଇଦା ଉଠାଇ ପାରିବେ । ଏହା ଏକ ପ୍ରିପେଡ ପ୍ଲାନ୍ । ୧୮୦ ଦିନ ଯାଏଁ ଏହି ପ୍ଲାନର ବୈଧତା ରହିଛି, ଏହି ପ୍ଲାନ ସହ ମିଳୁଥିବା ସମସ୍ତ ସୁବିଧାର ବୈଧତା ୨୧ ଦିନ ଯାଏଁ ରହିଛି । ପ୍ଲାନ ଅନୁଯାୟୀ ପ୍ରତିଦିନ ୨୫୦ ମିନିଟ୍ ର କଲିଂ ସୁବିଧା ମିଳିବ, ଯାହାର ଭ୍ୟାଲିଡିଟି ୨୧ ଦିନ । ସେହିପରି ୨୧ଦିନ ଯାଏଁ ପ୍ରତିଦିନ ୧୦୦ ଲେଖାଏଁ ଏସଏମଏସ ମିଳିବ ।
ସେପଟେ ୯୬ ଟଙ୍କା ପ୍ଲାନ ବ୍ୟତିତ କମ୍ପାନୀ ପକ୍ଷରୁ ୧୧୮ ଏସଟିଭି ଜାରି କରାଯାଇଛି । ଏଥିରେ ଆପଣଙ୍କୁ ପ୍ରତ୍ୟେକ ଦିନ ୨୫୦ ମିନିଟ୍ ର କଲିଂ ସୁବିଧା ମିଳିବ । ଏହାସହିତ ୫୦୦ ଏମବିର ଡାଟା ମିଳିବ । ଏହି ପ୍ଲାନର ବୈଧତା ୨୮ ଦିନ ଯାଏଁ ରହିଛି । ସେହିପରି ୧୫୩ ଟଙ୍କା ପ୍ଲାନରେ ବି ୧୧୮ ଟଙ୍କାର ସୁବିଧା ମିଳିବ ।