ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରୟାଲ ଏନଫିଲ୍ଡ ନିକଟରେ ତାର ନୂତନ ହିମାଲୟନ ଭାରତରେ ଲଞ୍ଚ କରିଛି । ସେହିପରି ଏବେ ଦେଶର ଏହାର ଡେଲିଭରୀ ଆରମ୍ଭ କରିଦେଇଛି କମ୍ପାନୀ । ନୂତନ ରୟାଲ ଏନଫିଲ୍ଡ ହିମାଳୟନକୁ ୨.୦୧ ଲକ୍ଷ ଟଙ୍କାରେ ଏକ୍ସ ଶୋରୁମ୍ ଦାମରେ ଲଞ୍ଚ କରାଯାଇଛି । ଏହି ଗାଡିରେ କମ୍ପାନୀ ସାମାନ୍ୟ ଅପଡେଟ କରିଛି । ଯେଉଁଥିପାଇଁ ଏହା ପୂର୍ବ ଅପେକ୍ଷା ବହୁତ ଆକର୍ଷଣ ଲାଗୁଛି । ସାମ୍ନା ହେଡଲ୍ୟାମ୍ପରେ ବ୍ଲାକ କେସିଙ୍ଗ ଦେଖିବାକୁ ମିଳୁଛି । ତେଲ ଟାଙ୍କି ପାଖରେ ଫ୍ରଣ୍ଟ ଫୋର୍କ କୁ ସାମାନ୍ୟ ଆଗକୁ କରାଯାଇଛି । ଏହାର ଆଡଜଷ୍ଟରେ ବ୍ଲାକଡ ଆଉଟ ହିଟ ଶିଲ୍ଡ ଦିଆଯାଇଛି ଏବଂ ଏଥିରେ ଲଗେଜ ର୍ୟାକ ମଧ୍ୟ ଲଗାଯାଇଛି । ଏହାସହିତ ଏଥିରେ ଟ୍ରିପର ନେଭିଗେସନ ସୁବିଧା ମଧ୍ୟ ସାମିଲ ଅଛି ।
ସେହିପରି ଯଦି ଏହି ଗାଡିର ରଙ୍ଗ କଥା କହିବା ତେବେ ଏଥିରେ ତିନୋଟି ରଙ୍ଗ ତଥା ପାଇନ୍ ଗ୍ରୀନ, ଗ୍ରେନାଇଟ ବ୍ଲାକ ଏବଂ ମିରାଜ ସିଲ୍ଭର ଉପଲବ୍ଧ କରାଯାଇଛି । ଏଥିରେ ପୂର୍ବଭଳି ଗୋଲାକାର ହେଡଲ୍ୟାମ୍ପ, ରିୟର ଭ୍ୟୁ ମିରର, ଟର୍ଣ୍ଣ ଇଣ୍ଡିକେଟର ଏବଂ ଅପସ୍ୱେପ୍ଟ ଏଗଜଷ୍ଟ ରହିଛି ।
ନୂତନ ରୟାଲ ଏନଫିଲ୍ଡ ହିମାଲୟନ ରେ ନୂତନ ଟ୍ରିପର ନେଭିଗେସନ ସିଷ୍ଟମ ଯୋଡା ଯାଇଛି । ଏହା କମ୍ପାନୀ ଦ୍ୱାରା ତିଆରି କରାଯାଇଥିବା ଟର୍ଣ୍ଣ ୱାଇ ଟର୍ଣ୍ଣ ନେଭିଗେସନ ସିଷ୍ଟମ ।