ମସ୍କାଟ (ଏଟିଆର ବ୍ୟୁରୋ ) ; ଏସିଆନ ଚାମ୍ପିୟନଶିପର ଯୁଗ୍ମ ବିଜେତା ହେଲେ ଭାରତ ଓ ପାକିସ୍ତାନ । ବର୍ଷା ଯୋଗୁ ମ୍ୟାଚ ହେଲା ବାତିଲ । ଫଳରେ ୫ମ ଏସିଆନ ଚାମ୍ପିୟନଶିପରେ ଉଭୟ ଭାରତ ଓ ପାକିସ୍ତାନକୁ ଯୁଗ୍ମ ଭାବେ ବିଜେତା ଘୋଷଣା କରାଯାଇଛି । ଗତକାଲି ଖେଳାହେବାକୁ ଥିବା ହକି ଫାଇନାଲ ମ୍ୟାଚର ବହୁ ସମୟ ପୂର୍ବରୁ ବର୍ଷା ଆରମ୍ଭ ହୋଇଯାଇଥିଲା ।
ଭାରତୀୟ ସମୟ ୧୦.୪୦ରେ ମ୍ୟାଚ ହେବାକୁ ଥିବା ବେଳେ ସଂନ୍ଧ୍ୟାସମୟରୁ ହିଁ ବର୍ଷା ସବୁ ଅଗଡବଗଡ କରିଦେଇଥିଲା । ପରେ ବର୍ଷା ପୂରା କମିଯାଇଥିଲେ ହେଁ ପଡିଆ ଖେଳିବାର ଅବସ୍ତାରେ ନଥିଲା । ବର୍ଷା ପ୍ରଭାବରେ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିଲା ହକି ପଡିଆ । ପରେ ଉଭୟ ଦଳର କୋଚଙ୍କ ସହ ମ୍ୟାଚ ଡାଇରେକ୍ଟର ଆଲୋଚନା କରି ଫାଇନାଲ ମ୍ୟାଚକୁ ବାତିଲ କରିବା ସହ ଉଭୟ ଦେଶକୁ ବିଜେତା ଘୋଷଣା କରିଥିଲେ ।
ସେପଟେ ଭାରତ ଚଳିତ ଏସିଆନ ଚାମ୍ପିୟନଶିପରେ ମୋଟ ୧୩ ପଏଣ୍ଟ ପାଇଁ ତାର ଅଭିଯାନ ଶେଷ କରିଛି । ଭାରତ ମୋଟ ୫ ଟି ମ୍ୟାଚ ଖେଳି ୪ ଟିରେ ବିଜୟ ଓ ଗୋଟିଏ ମ୍ୟାଚ ଟ୍ର କରିପାରିଛି । ସେହିଭଳି ପାକିସ୍ତାନ ଚଳିତ ଚାମ୍ପୟନଶିପରେ ମୋଟ ୧୦ ପଏଣ୍ଟ ହାସଲ କରିପାରିଛି । ପୂର୍ବରୁ ଭାରତ ଓ ପାକିସ୍ତାନ ଏସିଆନ ଚାମ୍ପିୟନଶିପରେ ମୋଟ ଦୁଇ ଦୁଇ ଥର ଚାମ୍ପିୟନ ହୋଇପାରିଛନ୍ତି । ପାକିସ୍ତାନ ୨୦୧୨ ଓ ୨୦୧୩ ମସିହାରେ ଏହି ଚାମ୍ପିୟନଶିପ ହାତେଇନେଇଥିବା ବେଳେ ଭାରତ ୨୦୧୧ ଓ୨୦୧୬ ମସିହାରେ ଏହି ଟ୍ରଫି ଜିତିନେଇସାରିଛି ।