ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବଡ ନିଷ୍ପତି ନିଆଯିବା ସହିତ ଅନେକ ବ୍ୟାଙ୍କକୁ ମର୍ଜ କରିବାକୁ ନେଇ ଘୋଷଣା କରାଯାଇଛି । ଏବେ ଦେଶରେ ସରକାରୀ ବ୍ୟାଙ୍କର ସଂଖ୍ୟାକୁ କମାଇ ୧୨ ଟି ବ୍ୟାଙ୍କରେ ସୀମିତ ରଖାଯିବ । ଚଳିତ ଆର୍ଥିକ ବର୍ଷରେ ଆରମ୍ଭରେ ଦେନା ବ୍ୟାଙ୍କ ଏବଂ ବିଜୟା ବ୍ୟାଙ୍କକୁ ମର୍ଜ କରାଯାଇଥିଲା । ସେହିପରି ୧୦ ଟି ବ୍ୟାଙ୍କକୁ ମିଶାଇ ଚାରୋଟି ବଡ ବ୍ୟାଙ୍କର ଘୋଷଣା କରିଛନ୍ତି ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଦିନ ବ୍ୟାଙ୍କର ମର୍ଜକୁ ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି କି ୟୁନାଇଟେଡ ବ୍ୟାଙ୍କ, ଓରିଏଣ୍ଟେଲ ବ୍ୟାଙ୍କ ଅଫ୍ କମର୍ସ ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ର ମର୍ଜ ହେବ । ଅନ୍ୟପଟେ କାନାଡା ବ୍ୟାଙ୍କ ଏବଂ ସିଣ୍ଡିକେଟ୍ ବ୍ୟାଙ୍କ ମଧ୍ୟରେ ମର୍ଜ କରାଯିବ । ସେହିପରି ତୃତୀୟ ବଡ ମର୍ଜ ହେଉଛି ୟୁନିୟନ ବ୍ୟାଙ୍କ, ଆନ୍ଧ୍ରା ବ୍ୟାଙ୍କ ଏବଂ କର୍ପୋରେଶନ ବ୍ୟାଙ୍କ । ମାତ୍ର ଇଲାହାବାଦ ବ୍ୟାଙ୍କ ସହିତ ଇଣ୍ଡିଆନ୍ ବ୍ୟାଙ୍କର ମର୍ଜ ହେବ ।
ଏବେ ଦେଶରେ ୧୦ ଟି ବ୍ୟାଙ୍କ ସ୍ଥାନରେ କେବଳ ୪ଟି ରାଷ୍ଟ୍ରୀୟକୃତ ବ୍ୟାଙ୍କ ରହିବ, ସେହିପରି ପୂର୍ବରୁ ୮ଟି ରାଷ୍ଟ୍ରୀୟକୃତ ବ୍ୟାଙ୍କ ରହିଛି । ଏହାକୁ ମିଶାଇ ସର୍ବମୋଟ ୧୨ ଟି ସରକାରୀ ବ୍ୟାଙ୍କ ରହିବ ।
କେନ୍ଦ୍ରସରକାରଙ୍କ ନୂତନ ଘୋଷଣା ଅନୁଯାୟୀ ଏହି ବ୍ୟାଙ୍କ ଗୁଡିକର ହେବ ମର୍ଜ:
– ପିଏନବି+ ଓରିଏଣ୍ଟେଲ ବ୍ୟାଙ୍କ ଅଫ୍ କମର୍ସ+ ୟୁନାଇଟେଡ ବ୍ୟାଙ୍କ
– କାନାଡା ବ୍ୟାଙ୍କ + ସିଣ୍ଡିକେଟ୍ ବ୍ୟାଙ୍କ
– ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ + ଆନ୍ଧ୍ରା ବ୍ୟାଙ୍କ + କର୍ପୋରେଶନ ବ୍ୟାଙ୍କ
– ଇଲାହାବାଦ ବ୍ୟାଙ୍କ + ଇଣ୍ଡିଆନ୍ ବ୍ୟାଙ୍କ ।