ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯଦି ଆପଣ ହୋମ୍ ଲୋନ ନେବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ମହତ୍ୱପୂର୍ଣ୍ଣ । କାରଣ କିଛି ସରକାରୀ ବ୍ୟାଙ୍କ ପକ୍ଷରୁ ଋଣ ଦେବାର ନିୟମରେ ପରିବର୍ତ୍ତନ କରାଯାଇଛି । ଏବେ ଋଣ ପାଇଁ ବ୍ୟକ୍ତିର ମାସିକ ଦରମା ଅପେକ୍ଷା କ୍ରେଡିଟ୍ ସ୍କୋର ଉପରେ ବ୍ୟାଙ୍କର ନଜର ରହିଛି । ନୂତନ ଗୃହ ଋଣ ପାଇଁ ଏବେ ବ୍ୟାଙ୍କ ପକ୍ଷରୁ କ୍ରେଡିଟ୍ ସ୍କୋର ଉପଯୋଗ କରାଯିବ । ଯଦି ଆପଣଙ୍କ କ୍ରେଡିଟ୍ ସ୍କୋର ଭଲ ରହିଛି ତେବେ ଆପଣଙ୍କୁ କମ ସୁଧ ଦର ହାରରେ ଗୃହ ଋଣ ମିଳିବ । ସେହିପରି ଯଦି ଆପଣଙ୍କ କ୍ରେଡିଟ୍ ସ୍କୋର ଭଲ ନାହିଁ ତେବେ ଆପଣଙ୍କ ଗୃହ ଋଚ୍ଚର ସୁଧ ଦର ଅଧିକ ରହିବ ।
ଏହି ତିନୋଟି ସରକାରୀ ବ୍ୟାଙ୍କ ଯେପରିକି ବ୍ୟାଙ୍କ ଅଫ୍ ବରୋଦା , ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ସିଣ୍ଡିକେଟ୍ ବ୍ୟାଙ୍କ ପକ୍ଷରୁ ସେମାନଙ୍କୁ ଗ୍ରାହକଙ୍କୁ କ୍ରେଡିଟ୍ ସ୍କୋର ଆଧାରରେ ଋଣ ଦେବା ଆରମ୍ଭ ହୋଇଯାଇଛି । ଏହି ତିନୋଟି ବ୍ୟାଙ୍କ କ୍ରେଡିଟ୍ ଇଂର୍ଫମେଶନ ବ୍ୟୁରୋ ଅଫ୍ ଇଣ୍ଡିଆ ସହ ଜଡିତ କ୍ରେଡିଟ୍ ସ୍କୋର ସ୍ଲାବ ଆଧାରରେ ଋଣ ଦେବେ ।
ବ୍ୟାଙ୍କ ଅଫ୍ ବରୋଦା ଏବେ ନୂତନ ଋଣ ଜାରି କରିବା ପାଇଁ ସିଭିଲ ସ୍କୋର ର ସହାୟକ ନେବ । ଯଦି କୌଣସି ଗ୍ରାହକଙ୍କର କ୍ରେଡିଟ ସ୍କୋର ୯୦୦ ରୁ ୭୬୦ ଏବଂ ଏହାଠାରୁ ଅଧିକ ଅଛି ତେବେ ତାଙ୍କୁ ୮.୧ ପ୍ରତିଶତ ସୁଧ ଦରରେ ଋଣ ମିଳିବ । ୭୨୫ ରୁ ୭୫୯ ମଧ୍ୟରେ କ୍ରେଡିଟ ସ୍କୋର ରହିବା ଦ୍ୱାରା ଋଣ ପାଇଁ ସୁଧ ଦର ୮.୩୫ ପ୍ରତିଶତ କରାଯାଇଛି । ସେହିପରି ୬୭୫ ରୁ ୭୨୪ ମଧ୍ୟରେ କ୍ରେଡିଟ ସ୍କୋର ଥିଲେ ୯.୧ ପ୍ରତିଶତ ସୁଧ ଦେବାକୁ ପଡିବ । ଏହିଭଳି ଭାବେ ଦେଖିବାକୁ ଗଲେ ନ୍ୟୁନତମ ଏବଂ ଅଧିକତମ ସୁଧ ଦରରେ ୧ ପ୍ରତିଶତ ଅନ୍ତର ରହିବ । ଯଦି କୌଣସି ଗ୍ରାହକଙ୍କର କ୍ରେଡିଟ୍ ସ୍କୋର ଭଲ ଅଛି ତେବେ ସେ ୧ ପ୍ରତିଶତ କମ ଦରରେ ଋଣ ନେଇ ପାରିବେ ।
କ୍ରେଡିଟ୍ ସ୍କୋର କଣ?
କ୍ରେଡିଟ୍ ସ୍କୋରକୁ ସାଧାରଣ ଭାଷାରେ ସିଭିଲ ସ୍କୋର ବୋଲି କୁହାଯାଇଥାଏ । ଗ୍ରାହକଙ୍କ ସିଭିଲ ସ୍କୋର କ୍ରେଡିଟ ସୂଚନା ରିପୋର୍ଟ ର ୩ ଅଙ୍କିଅ ସଂଖ୍ୟାତମ ସାଂରାଶ ରହିଛି । ଯାହା ପୂର୍ବ କ୍ରେଡିଟ ବ୍ୟବହାର ଉପରେ ଆଧାରିତ । ଏହାର ରେଞ୍ଜ ୩୦୦ ରୁ ୯୦୦ ପର୍ଯ୍ୟନ୍ତ ରହିଥାଏ । ସ୍କୋର ଯେତିକି ଅଧିକ ହେବ ସେହିପରି ଋଣ ସ୍ୱୀକୃତିର ସମ୍ଭାବନା ଅଧିକ ରହିଥାଏ । ସେଥିପାଇଁ ଋଣ ମଞ୍ଜରୀ କରିବା ପୂର୍ବରୁ ଅଧିକତମ ବ୍ୟାଙ୍କ ଉପଭୋକ୍ତାଙ୍କ ସିଭିଲ ସ୍କୋର ଏବଂ ରିପୋର୍ଟ ଯାଞ୍ଚ କରିଥାନ୍ତି ।