ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଓଲା ଇଲେକ୍ଟ୍ରିକ ପକ୍ଷରୁ ଗୁରୁବାର ଦିନ କୁହାଯାଇଛି କି, ଜୁଲାଇ ମାସରେ ଭାରତୀୟ ବଜାରରେ ଓଲାର ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ କରାଯିବ । ଆଜ୍ଞା ହଁ ଏବେ ଜୁଲାଇ ମାସରେ ଗ୍ରାହକଙ୍କ ପାଇଁ ଓଲାର ହାଇ ରେଞ୍ଜ ଇଲେକ୍ଟ୍ରିକ ସ୍କୁଟର ଉପଲବ୍ଧ ହେବ । କମ୍ପାନୀ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି କି, ଏହି ସ୍କୁଟରର ଚାର୍ଜିଙ୍ଗ ପାଇଁ ହାଇପର ଚାର୍ଜର ନଟୱର୍କ ମଧ୍ୟ ପ୍ରସ୍ତୁତ କରାଯାଉଛି । ଯେଉଁଥିରେ ଏକ ଲକ୍ଷ ଚାର୍ଜିଙ୍ଗ ପଏଣ୍ଟ ରହିବ ।
ଗତବର୍ଷ ଓଲା ଘୋଷଣା କରିଥିଲା କି, ସେ ୨୪ ଶହ କୋଟି ନିବେଶ ସହାୟକରେ ତାମିଲନାଡୁରେ ପ୍ରଥମ ଇଲେକ୍ଟ୍ରିକ ସ୍କୁଟର ପ୍ୟାକ୍ଟେରୀ କରିବାକୁ ଯାଉଛି । ଏହି ଫ୍ୟାକ୍ଟେରୀ ନିର୍ମାଣ ପାଇଁ ପାଖାପାଖି ୧୦ ହଜାର ଚାକିରି ସୃଷ୍ଟି ହେବ ଏବଂ ଏହା ଦୁନିଆର ସବୁଠାରୁ ବଡ ସ୍କୁଟର ମ୍ୟାନୁଫ୍ୟାକଚରିଙ୍ଗ ଫ୍ୟାସିଲିଟି ହେବ । ଯେଉଁଥିରେ ପ୍ରତ୍ୟେକ ବର୍ଷ ୨୦ ଲକ୍ଷ ସ୍କୁଟର୍ସ ତିଆରି କରାଯିବ ।
ଓଲାର ଚେୟାରମ୍ୟାନ ତଥା ଗ୍ରୁପର ସିଇଓ ଭବିଶ ଅଗ୍ରୱାଲ କହିଛନ୍ତି କି, ଜୁନ ମାସରୁ ଏହି ଫ୍ୟାକ୍ଟେରୀ ଆମେ ଆରମ୍ଭ କରିବାକୁ ଯାଉଛୁ । ଯେଉଁଥିରେ ୨୦ ଲକ୍ଷ ସ୍କୁଟର୍ସ ଉତ୍ପାଦନ କରିବ । ଫ୍ୟାକ୍ଟେରୀ ସେଟଅପ ହେବା ପରେ ସ୍କୁଟର ବିକ୍ରି ଆରମ୍ଭ ହେବ ।