ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଚାଇନା ସ୍ମାର୍ଟ ଫୋନ କମ୍ପାନୀ Oneplus ବହୁ କମ ସମୟରେ ଭାରତରେ ଅଧିକ ଲୋକପ୍ରିୟତା ହାସଲ କରିପାରିଛି ।
ଏହି ମ୍ପାନୀ ପୂର୍ବରୁ ଅନେକ ସ୍ମାର୍ଟ ଫୋନ ତାର ଗ୍ରାହକ ମାନଙ୍କୁ ଭେଟି ଦେଇଛି । କିନ୍ତୁ ଏବେ ନିଜର ପ୍ରଥମ କସସେପ୍ଟ ଡିଭାଇସ ଲଞ୍ଚ କରିବାକୁ ଯାଉଛି ।
ବର୍ତ୍ତମାନ ସୁଦ୍ଧା ଏହି କନସେପ୍ଟ ଡିଭାଇସ ଉପରୁ ପରଦା ଉଠିନାହିଁ । ଏହାର କୌଣସି ଫଟୋ କିମ୍ବା ସାମ୍ପଲ ମଧ୍ୟ କମ୍ପାନୀ କକ୍ଷରୁ ଜାରି କରାଯାଇ ନାହିଁ ।
ଏଥିପାଇଁ ଏହି ନୂଆ ଡିଭାଇସ ପାଇଁ ଗ୍ରାହକଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳିଛି । ତେବେ କମ୍ପାନୀ ପକ୍ଷରୁ ମାତ୍ର ଗୋଟିଏ ଟିଜର ଜାରି କରାଯାଇଛି । ଏହି ଟିଜରରେ ର କନସେପ୍ଟ ଡିଭାଇସ ଫାଷ୍ଟ ଲୁକ୍ ରିଭିଲ ହୋଇନାହିଁ । ବାସ ଖାଲି ଏହି ଡିଭାଇସର ଲେନ୍ସ ଜଣା ପଡୁଛି ।
ପ୍ରକୃତରେ ଏହି ନୂଆ ଡିଭାଇସଟି ଦେଖିବାକୁ କେମିତି, ଏହାର ଫିଚର ସବୁ କଣ, ଏସବୁ କୁ ନେଇ ବର୍ତ୍ତମାନ ଗ୍ୟାଜେଟ ବଜାରରେ ହଇଚଇ ସୃଷ୍ଟି ହୋଇଛି ।
କାଲି ଅର୍ଥାତ୍ ମାର୍ଚ୍ଚ ୩ରେ ସବୁ ପରଦା ହଟାଇ ଏହି ଡିଭାଇସ ସମସ୍ତଙ୍କ ସାମ୍ନାକୁ ଆସିବାକୁ ଯାଉଛି