ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମାର୍ଚ୍ଚ ୨୩ ରେ ଭାରତରେ ଲଞ୍ଚ ହେବାକୁ ଯାଉଛି ୱାନପ୍ଲସ ୯ ସିରିଜ୍ ର ସବୁଠାଣୁ ଶସ୍ତା ସ୍ମାର୍ଟଫୋନ୍ ୱାନପ୍ଲସ ୯ଆର । ରିପୋର୍ଟ ମୁତାବକ, ୱାନପ୍ଲସ ୯ଆର ୫ଜିର ଲଞ୍ଚିଙ୍ଗ ସହିତ କମ୍ପାନୀ କମ ଦାମର ଗ୍ରାହକଙ୍କୁ ଫ୍ଲାଗସିପ ସ୍ମାର୍ଟଫୋନ୍ ଭଳି ଉପଲବ୍ଧ କରାଇବ । ଏହି ଫୋନ୍ କୁ ୱାନପ୍ଲସ ୯ ସିରିଜ୍ ର ସ୍ମାର୍ଟଫୋନ୍ ୱାନପ୍ଲସ ୯, ୱାନପ୍ଲସ ୯ଆର ସହିତ ଲଞ୍ଚ କରାଯାଇପାରେ । ଏହା ୱାନପ୍ଳସ ୯ ସିରିଜ୍ ର ତୃତୀୟ ସ୍ମାର୍ଟଫୋନ୍ , ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି ।
ୱାନପ୍ଲସ ପକ୍ଷରୁ ସୋସିଆଲ ମିଡିଆରେ ୱାନପ୍ଲସ ୯ ଏବଂ ୱାନପ୍ଲସ ୯ ପ୍ରୋ ର ଅନେକ ଟିଜର ଜାରି କରାଯାଇଛି । ଅବଶ୍ୟ ଏହା ପ୍ରଥମ ଯେତେବେଳେ କମ୍ପାନୀର ୱାନପ୍ଲସ ୯ଆର ୫ଜି କୁ ଲଞ୍ଚ ପାଇଁ ଖୁଲାସା କରିଛି । କମ୍ପାନୀ ର କହିବାନୁଯାୟି ଏହି ସ୍ମାର୍ଟଫୋନ୍ ୱାନପ୍ଲସ ନୋର୍ଡ ସ୍ମାର୍ଟଫୋନଠାରୁ ଅଧିକ ପାୱରଫୁଲ ହେବ ।
ଲିକ୍ ହୋଇଥିବା ରିପୋର୍ଟ ମୁତାବକ, ୱାନପ୍ଲସ ୯ଆର ରେ କ୍ୱାଲକମ ସ୍ନାପଡ୍ରାଗନ ୮୮୮ ଏସଓସି ର ସପୋର୍ଟ ଦିଆଯାଇପାରେ । ୱାନପ୍ଲସ ୯ଆର ୫ଜି ରେ ସାନ୍ଦାର ଗେମିଙ୍ଗ କଣ୍ଟ୍ରୋଲ ଭଳି ସ୍ମୁଥ ସ୍କଲିଙ୍ଗ, ସୁପିରିୟର ଭ୍ୟୁଇଙ୍ଗ ଏକ୍ସପିରିୟନ୍ସ ମିଳିବ । ସେହିପରି ଯଦି ଫଟୋଗ୍ରାଫି କଥା କହିବା ତେବେ ୱାନପ୍ଲସ ୯ଆର ୫ଜି ରେ ୬୪ଏମପି ର ପ୍ରାଇମେରୀ କ୍ୟାମେରା ଦିଆଯାଇପାରେ । ଏହାବ୍ୟତିତ ୮ଏମପି ର ଅଲ୍ଟ୍ରା ୱାଇଡ ଲେଂସର ସପୋର୍ଟ ମିଳିବ ।