ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିକଟରେ ୱାନପ୍ଲସ ଭାରତରେ ତାର ନୂତନ ସ୍ମାର୍ଟଫୋନ ନର୍ଡ ସିଇ ୨ ୫ଜି ଲଞ୍ଚ କରିଛି । ଏହି ଫୋନକୁ ମିଡିୟାଟେକ ଡାଇମେଂସିଟି ୯୦୦ ପ୍ରୋସେସର ସହିତ ଲଞ୍ଚ କରାଯାଇଛି । ଏଥିରେ ଟ୍ରିପଲ ରିୟର କ୍ୟାମେରା ସେଟଅପ୍ ଦିଆଯାଇଛି । ଏହି ସ୍ମାର୍ଟଫୋନରେ ୬୫ଡବ୍ଲ୍ୟୁ ସୁପର ଭିଓଓସି ଫାଷ୍ଟ ଚାର୍ଜିଂ ସୁବିଧା ଦିଆଯାଇଛି । ଏବେ ଏହି ଫୋନ ଅନଲାଇନ୍ ର ବିକ୍ରି ପାଇଁ ଉପଲବ୍ଧ ।
ୱାନପ୍ଲସ ନର୍ଡ ସିଇ ୨ ୫ଜି ର ୬ଜିବି ର୍ୟାମ ଓ ୧୨୮ ଜିବି ଷ୍ଟୋରେଜ ଭ୍ୟାରିଆଣ୍ଟର ଦାମ୍ ୨୩,୯୯୯ ଟଙ୍କା ରଖାଯାଇଥିବା ବେଳେ ୮ଜିବି ର୍ୟାମ ଓ ୧୨୮ ଜିବି ଷ୍ଟୋରେଜ ଭ୍ୟାରିଆଣ୍ଟର ଦାମ୍ ୨୪,୯୯୯ ଟଙ୍କା ରଖାଯାଇଛି । ଏହି ଫୋନକୁ ବହାମା ବ୍ଲ୍ୟୁ ଏବଂ ଗ୍ରେ ମିରର କଲର ଅପ୍ସନ ସହିତ ଆମାଜନରେ ଆପଣମାନେ କିଣି ପାରିବେ ।