ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୱାନପ୍ଲସ ତାର ନୂତନ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି ।ଏଥରକ କମ୍ପାନୀ ଗୋଟେ ପ୍ରିମିୟମ ଫୋନ ସହିତ ଆଉ ଗୋଟେ ଶସ୍ତା ସ୍ମାର୍ଟଫୋନ ଲଞ୍ଚ କରିପାରେ । ଚଳିତ ମାସରେ ୱାନପ୍ଲସ ୧୦ଆର ,ୱାନପ୍ଳସ ନର୍ଡ ସିଇ ୨ ଲାଇଟ ୫ଜି ଲଞ୍ଚ କରିବ କମ୍ପାନୀ । ଏହି ଦୁଇଟି ସ୍ମାର୍ଟଫୋନ ୨୮ ଏପ୍ରିଲରେ ଲଞ୍ଚ କରାଯିବ । ଏନେଇ ଆମାଜନ ଇଣ୍ଡିଆ ଜରିଆରେ ସୂଚନା ରହିଛି ।
ୱାନପ୍ଲସ ନର୍ଡ ସିଇ ୨ ଲାଇଟ ରେ ସେହି କ୍ୟାମେରା ସେଟଅପ ମିଳିପାରେ । ଏହା ଏକ ୫ଜି ସପୋର୍ଟ ସ୍ମାର୍ଟଫୋନ । ପାୱାର ପାଇଁ ୫୦୦୦ଏମଏଏଚ ର ବ୍ୟାଟେରୀ ଦିଆଯାଇଛି ।
ସେହିପରି ୱାନପ୍ଲସ ୧୦ଆର ୫ଜି ସବୁଠାରୁ ପାୱାରଫୁଲ ଚାର୍ଜର ନେଇ ଆସୁଛି । ଏଥିରେ ୧୫୦ ୱାଟର ଚାର୍ଜର ମିଳିବ । ସେହିପରି ଏଥିରେ ମିଡିଆଟେକ ଡାଇମେନସିଟି ୮୧୦୦ ମ୍ୟାକ୍ସ ପ୍ରୋସେସର ଦିଆଯିବ ।
ଭାରତରରେ କମ୍ପାନୀର ସବୁଠୁ ପ୍ରିମିୟମ ସ୍ମାର୍ଟଫୋନ ୱାନପ୍ଲସ ୧୦ ପ୍ରୋ ୫ଜି । ଯାହାର ହାଇ ଭ୍ୟାରିଆଣ୍ଟର ଦାମ ୭୧୯୯୯ ଟଙ୍କା । ଏଥିରେ କ୍ୱାଲକମ ସ୍ନାପଡ୍ରାଗନ ୮ ଜେନ ୧ ପ୍ରୋସେସର ଦିଆଯାଇଛି । ଏହାସହିତ ୧୨ ଜିବି ର୍ୟାମ ସହିତ ୨୫୬ ଜିବି ଇଂଟରନାଲ ମେମୋରୀ ଦିଆଯାଇଛି ।
କମ୍ପାନୀର ଅଫିସିଆଲ ୱେବସାଇଟ ମୂତାବକ ୱାନପ୍ଲସ ନର୍ଡ ସିଇ ୫ଜି ର ୬ଜିବି ର୍ୟାମ ଭ୍ୟାରିଆଣ୍ଟ କମ୍ପାନୀର ସବୁଠୁ ଶସ୍ତା ସ୍ମାର୍ଟଫୋନ । ଏହାର ଦାମ ୨୨୯୯୯ ଟଙ୍କା । ଏଥିରେ କ୍ୱାଲକମ ସ୍ନାପଡ୍ରାଗନ ୭୫୦ ପ୍ରୋସେସର ଦିଆ ଯାଇଛି ।