ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଓପୋ ତାର ପ୍ରଥମ ଫୋଲ୍ଡେବୁଲ ସ୍ମାର୍ଟଫୋନ ଖୁବ୍ ଶୀଘ୍ର ଲଞ୍ଚ କରିବାର ଘୋଷଣା କରିଛି । ଏହି ଫୋନକୁ ଓପୋ ଫାଇଣ୍ଡ ଏନ୍ ନାମରେ ଲଞ୍ଚ କରାଯିବ । ସହଜରେ ଏହି ଫୋନର ଡିସପ୍ଲେକୁ ଫୋଲ୍ଡ କରିହେବ ।
କୁହାଯାଉଛି କି ଏହି ଫୋନ ସାମସଙ୍ଗ ଗାଲାକ୍ସି ସ୍ମାର୍ଟଫୋନ ଭଳି ହେବ । ଏହାକୁ ମେଟାଲ ଫିନିଶ ସହିତ ଲଞ୍ଚ କରାଯିବ । ଏଥିରେ ଦୁଇଟି ଓଏଲଇଡି ଡିସପ୍ଲେ ଦିଆଯିବ । ଓପୋର ଚିଫ୍ ପ୍ରଡକ୍ଟ ଅଫିସର ଏବଂ ୱାନପ୍ଲସର ଫାଉଣ୍ଡର ଏକ ଚିଠିରେ କହିଛନ୍ତି କି ଓପୋ ଫାଇଣ୍ଡ ଏନ୍ର ଡିଜାଇନ୍ ସିମ୍ପଲ ହେବ ଏହାକୁ ସହଜରେ ବ୍ୟବହାର କରିହେବ ।