ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଫେବୃଆରୀ ୧୫ ରେ ଓପୋ ତାର ଓପୋ ଫାଇଣ୍ଡ ଏନ୨ ଫ୍ଲିପ ଗ୍ଲୋବାଲି ଲଞ୍ଚ କରିବାକୁ ଯାଉଛି । ଏନେଇ କମ୍ପାନୀ ପକ୍ଷରୁ ସୂଚନା ରହିଛି ।
କମ୍ପାନୀ ତାର ଫୋଲ୍ଡେବୁଲ ଫୋନକୁ କ୍ଲ୍ୟାମଶେଲ ଡିଜାଇନ ସହ ଲଞ୍ଚ କରିବ । କମ୍ପାନୀ ପକ୍ଷରୁ କୁହାଯାଇଛି କି ଫୋନକୁ ଗ୍ଲୋବାଲ ମାର୍କେଟରେ ଲଞ୍ଚ କରିବା ପରେ ଭାରତରେ ମଧ୍ୟ ଲଞ୍ଚ କରାଯିବ ।
ଗ୍ଲୋବାଲ ଦାମ୍ କୁ ନେଇ କମ୍ପାନୀ ପକ୍ଷରୁ କୌଣସି ସ୍ପଷ୍ଟିକରଣ ମିଳିନାହିଁ । କିନ୍ତୁ ଲିକ୍ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳୁଛି କି ଫୋନଟି କେବଳ ୮ଜିବି ର୍ୟାମ + ୨୫୬ଜିବି ଷ୍ଟୋରେଜ୍ ମଡେଲ ସହ ଆସିବ । ଯାହାର ଦାମ୍ ପାଖାପାଖି ୧,୦୭,୦୦୦ ଆସିପାରେ ।