ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଆଜି ପ୍ରଥମ ବଜେଟ୍ ଉପସ୍ଥାପନା କରାଯାଇଛି । ଏହାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରାଇଛନ୍ତି । ଇତି ମଧ୍ୟ ଅର୍ଥମନ୍ତ୍ରୀ ମହତ୍ୱପୂର୍ଣ୍ଣ ଘୋଷଣା କରି କହିଛନ୍ତି କି ଏବେ ଆୟକର ଟିକସ ଭରିବା ପାଇଁ ପ୍ୟାନ୍ କାର୍ଡ ଜରୁରୀ ପଡିବ ନାହିଁ । କାରଣ ପ୍ୟାନକୁ ଆୟକର ଟିକସ ଭରିବା ପାଇଁ ଯେଉଁ ସବୁ ଡକ୍ୟୁମେଣ୍ଟ ଲାଗିଥାଏ ସେଗୁଡିକୁ ତାଲିକାରୁ ବାହାର କରି ଦିଆଯାଇଛି । ଏବେ କେବଳ ଆଧାରକାର୍ଡ ଜରିଆରେ ଟିକସ ଜମା କରିପାରିବେ ।
ନିର୍ମଳା ସୀତାରମଣ ବଜେଟର ଭାଷଣରେ ଏହି ବଡ ପରିବର୍ତ୍ତନ ସମ୍ବନ୍ଧୀୟ ଘୋଷଣା କରି କହିଛନ୍ତି କି ଆଟିଆର ପାଇଁ ପ୍ୟାନ୍ କାର୍ଡ ଆବଶ୍ୟକ ନାହିଁ । କେବଳ ଆଧାର କାର୍ଡ ଦ୍ୱାରା କର ଜମା କରି ପାରିବେ ।
ସେ ଆହୁରୀ ମଧ୍ୟ କହିଛନ୍ତି କି ହାରାହାରି ୪୦୦ କୋଟିରୁ ଅଧିକ ଟର୍ଣ୍ଣଓଭର କରୁଥିବା କମ୍ପାନୀ ଉପରେ ୨୫% କର୍ପୋରେଟ ଟ୍ୟାକ୍ସ ଲାଗୁ କରାଯାଇଛି ।