ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପେଟିଏମ ଉପଭୋକ୍ତାଙ୍କ ପାଇଁ ଜାରି ହେବ ଭିଜା ଭର୍ଚୁଆଲ ଡେବିଟ୍ କାର୍ଡ । ଏନେଇ ବୁଧବାର ପେଟିଏମ ପେମେଣ୍ଟସ ବ୍ୟାଙ୍କ ଲିମିଟେଡ୍ ପକ୍ଷରୁ ଘୋଷଣା କରାଯାଇଛି । ପେଟିଏମ ବ୍ୟାଙ୍କ ପକ୍ଷରୁ କୁହାଯାଇଛି କି , ଆର୍ଥିକ ବର୍ଷ ୨୦୨୦-୨୧ ରେ ଏକ କୋଟି ନୂତନ ଡେବିଟ୍ କାର୍ଡ ଜାରି କରିବାର ଆମର ଲକ୍ଷ୍ୟ ରହିଛି । ସବୁଠାରୁ ଅଧିକ ରୁପେ ଡେବିଟ୍ କାର୍ଡ ଜାରି କରୁଥିବା ବ୍ୟାଙ୍କ ମଧ୍ୟରୁ ପେଟିଏମ ବ୍ୟାଙ୍କ ଅନ୍ୟତମ । ପ୍ରଥମ ଥର ପାଇଁ ବ୍ୟାଙ୍କର ଉପଭୋକ୍ତାମାନେ ଏବେ ଭିଜା ଡେବିଟ୍ କାର୍ଡ ମାଧ୍ୟମରେ ଅନ୍ତରାଷ୍ଟ୍ରୀୟ ଲେଣ ନେଣ କରିପାରିବେ ।
ଏହାସହିତ ବହୁତ ଶୀଘ୍ର ଉପଭୋକ୍ତାଙ୍କୁ ଭୌତିକ କାର୍ଡ ପାଇଁ ଆବେଦନ କରିବାର ବିକଳ୍ପ ଦିଆଯିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ଏହାପରେ ଉପଭୋକ୍ତା ନିଜ ଚିପ-ଇଂସର୍ଟେଡ କାର୍ଡ ଜରିଆରେ ବିନା ସମ୍ପର୍କରେ ପେମେଣ୍ଟ କରି ପାରିବେ ।
ପେଟିଏମ ପେମେଣ୍ଟ ବ୍ୟାଙ୍କ ପୁରା ଦେଶରେ ଡେବିଟ୍ କାର୍ଡ କୁ ବୃଦ୍ଧି କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ୫.୭ କୋଟି ଡିଜିଟାଲ ଡେବିଟ୍ କାର୍ଡ ସମେତ ପେଟିଏମ ବ୍ୟାଙ୍କର ଭାରତର ପ୍ରତ୍ୟେକ ଜିଲ୍ଲାରେ ଡେବିଟ୍ କାର୍ଡ ରହିଛି ।
ପେଟିଏମ ପେମେଣ୍ଟସ ବ୍ୟାଙ୍କ ଲିମିଟେଡ୍ ର ସିଇଓ ଏବଂ ଏମଡି ସତୀଶ କୁମାର ଗୁପ୍ତା କହିଛନ୍ତି, ସମସ୍ତ ଭାରତୀୟଙ୍କୁ ଡିଜିଟାଲ ଅର୍ଥବ୍ୟବସ୍ଥାରେ ସାମିଲ ହେବା ପାଇଁ ଆମେ ପ୍ରୟାସ କରୁଛି ।