ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ଚୀନ କମ୍ବାନୀ ଅଲିବାବା ବେକଡ ଚବଚ୍ଚଗ୍ଧଜ୍ଞ ଭାରତରେ କ୍ରେଡିଟ୍ କାର୍ଡ଼ ଲଞ୍ଚ କରିଛି। କମ୍ପାନୀ କହିଛି ଯେ ଏହି କ୍ରେଡିଟ୍ କାର୍ଡ଼ ସହ ସବୁଥର କିଣାରେ କ୍ୟାଶବ୍ୟାକ୍ ଅଫର ମିଳିବ।ଏହା ଏହ ଭଲ ସୁଯୋଗ ଟଙ୍କା ସଞ୍ଚୟ କରିପାରିବେ । ପେଟିଏମ୍ ପକ୍ଷରୁ କୁହାଯାଇଛି ଯେ କମ୍ପାନୀ ଆଗାମୀ ଜେନେରେସନ୍ କ୍ରେଡିଟ୍ କାର୍ଡ଼ ଲଞ୍ଚ୍ କରୁଛି। ଚବଚ୍ଚଗ୍ଧଜ୍ଞର ଟାର୍ଗେଟ୍ ଆଗାମୀ ୧୨-୧୮ମାସ ମଧ୍ୟରେ ୨୦ଲକ୍ଷ କାର୍ଡ଼ ଜାରି କରିବା।
ପେଟିଏମ୍ ମୁତାବକ କମ୍ପାନୀ କ୍ରେଡିଟ୍ କାର୍ଡ଼ ପାଇଁ ଅନେକ କାର୍ଡ଼ ଇସୁ କରୁଥିବା ବ୍ରାଣ୍ଡସ୍ ସହ ମଧ୍ୟ ପାର୍ଟନରଶିପ୍ କରୁଛି ଯାହା ଜରିଆରେ କୋ-ବ୍ରାଣ୍ଡ କାର୍ଡ଼ ଜାରି କରାଯିବ। ପେଟିଏମ୍ କ୍ରେଡିଟ୍ କାର୍ଡ଼ ସହ ଅନେକ ଖାସ୍ ଫିଚର୍ସ ଦିଆଯିବ। କମ୍ପାନୀ କହିଛି ଯେ ଏହାର ବ୍ୟବହାର ଆଧାରରେ ସ୍ପେଣ୍ଡିଂ ଟିପ୍ସ ଦିଆଯିବ। ଏହାକୁ ଆପ୍ ଜରିଆରେ ମ୍ୟାନେଜ କରାଯିବ।ପେଟିଏମ୍ କ୍ରେଡିଟ କାର୍ଡ ର ପିନ୍ ଆପ୍ ଜରିଆରେ ବଦଳି ପାରିବେ,ବ୍ଲକ୍ କରି ପାରିବେ ଏବଂ ଆଡ୍ରେସ୍ ଅପଡେଟ୍ କରି ପାରିବେ। କମ୍ପାନୀ କହିଛି ଯେ ୟୁଜର୍ସ ନିଜ କ୍ରେଡିଟ୍ କାର୍ଡ଼କୁ ରିୟଲ୍ ଟାଇମ୍ ମ୍ୟାନେଜ କରିପାରିବେ।କାର୍ଡ଼ ସହ ଫ୍ରଡ୍ ପାଇଁ ଇନସ୍ୟୁରାନ୍ସ ମଧ୍ୟ ଦିଆଯିବ। କମ୍ପାନୀ କହିଛି ଯେ ପ୍ରତ୍ୟେକ ଟ୍ରାଞ୍ଜାକ୍ସନ ସହ ଗ୍ରାହକଙ୍କୁ କ୍ୟାଶବ୍ୟାକ୍ ମିଳିବ। କ୍ୟାଶବ୍ୟାକ୍ ପେଟିଏମ୍ ଗିଫ୍ଟ ଭାଉଚର ଭାବେ ରହିବ ଯାହାକୁ ପେଟିଏମ୍ ଇକୋସିଷ୍ଟମରେ ବ୍ୟବହାର କରି ପାରିବେ।
ପେଟିଏମ୍ କ୍ରେଡିଟ୍ କାର୍ଡ ଇସୁ କରିବା ପାଇଁ କମ୍ପାନୀ ଗ୍ରାହକଙ୍କ କ୍ରେଡିଟ୍ ସ୍କୋର ଏବଂ ପେଟିଏମ୍ ଟ୍ରାଞ୍ଜାକ୍ସନ ହିଷ୍ଟ୍ରି/ପରଚେଜ ପ୍ୟାଟର୍ଣ୍ଣକୁ ଆଧାର କରିବ। ପେଟିଏମ୍ କ୍ରେଡିଟ୍ କାର୍ଡ ଆପ୍ଲିକେସନର ପ୍ରୋସେସ ମଧ୍ୟ ଡିଜିଟାଲ୍ ହେବ। ପେଟିଏମ୍ ଆପ୍ରେ କାର୍ଡ଼ ପାଇଁ ଏକ ଡେଡିକେଟେଡ ସେକ୍ସନ୍ ହେବ ଯେଉଁଠାରୁ ଗ୍ରାହକ ଏହାକୁ ମ୍ୟାନେଜ କରିପାରିବେ। ଏହି ନୂତନ ଯୋଜନା ଗ୍ରାହକଙ୍କୁ ଲାଭ ଦେବ ।