ଲଣ୍ଡନ(ଏଟିଆର ବ୍ୟୁରୋ): ବଲିଅଡର ୯୦ ଦଶକର ସବୁଠାରୁ ହିଟ୍ ଫିଲ୍ମ ‘ଦିଲୱାଲେ ଦୁଲହନିୟା ଲେ ଯାଏଙ୍ଗେ’ ରିଲିଜକୁ ୨୫ ବର୍ଷ ପୂରଣ ହୋଇଛି। ଏହି ଫିଲ୍ମଟି ବହୁତ ହିଟ ହୋଇଥିଲା ଓବଂ ଦର୍ଶକଙ୍କୁ ବହୁତ ପସନ୍ଦ ମଧ୍ୟ ହୋଇଥିଲା । ଏହିଥିରେ ଲିଡ୍ ରୋଲ କରିଥିଲେ ବଲିଉଡର ବାଦଶାହ ଶାହରୁଖ ଖାନ ଓ କାଜୋଲ । ଏହି ଯୋଡିଙ୍କୁ ସମସ୍ତେ ପସନ୍ଦ ବି କରିଥିଲେ । ବଲିଉଡ ନିର୍ମିତ ଏହି ଫିଲ୍ମଟି ଦୀର୍ଘବର୍ଷରେ ଲୋକପ୍ରିୟତା ସମସ୍ତ ରେକର୍ଡ ଭଙ୍ଗ କରିଛି। ଫିଲ୍ମଟି ବ୍ରିଟେନ ସମେତ ୟୁରୋପରେ ସୁଟିଂ ହୋଇଥିଲା। ଭାରତ ଭଳି ବ୍ରିଟେନରେ ମଧ୍ୟ ଲୋକେ ବାରମ୍ବାର ଏହି ଫିଲ୍ମ ଦେଖିଛନ୍ତି। ଏଣୁ ମୁକ୍ତିଲାଭର ୨୫ତମ ବାର୍ଷିକରେ ଏହାକୁ ସ୍ମରଣୀୟ କରିବା ଲାଗି ବ୍ରିଟେନ ପଦକ୍ଷେପ ନେବାକୁ ଯାଉଥିବା ଏହାର ପ୍ରଯୋଜକ ୟଶରାଜ ଫିଲ୍ମସ୍ ଟ୍ୱିଟର ହ୍ୟାଣ୍ଡଲରେ ସୂଚିତ କରିଛନ୍ତି।୧୯୯୫ ମସିହା ଅକ୍ଟୋବର ୨୫ ତାରିଖରେ ଦିଲୱାଲେ ଦୁଲହନିୟା ଲେ ଯାଏଙ୍ଗେ ଫିଲ୍ମଟି ଭାରତରେ ମୁକ୍ତିଲାଭ କରିଥିଲା। ଏହା ଏକ ଏନଆରଆଇ ପ୍ରେମକାହାଣୀ ହୋଇଥିବା ବେଳେ ଫିଲ୍ମର ଅଧାରୁ ଅଧିକ ବ୍ରିଟେନ ସମେତ ୟୁରୋପରେ ସୁଟିଂ ହୋଇଥିଲା। ଫିଲ୍ମଟି କେବଳ ଭାରତୀୟ ନୁହେଁ ଭାରତ ବାହାରେ ମଧ୍ୟ ଲୋକେ ଅଦିକ ଦେଖିଛନ୍ତି ଓ ବହୁତ ପସନ୍ଦ ମଧ୍ୟ କରିଛନ୍ତି । ଫିଲ୍ମର ରିଲିଜ ଦିନ ଦର୍ଶକଙ୍କ ମଧ୍ୟରେ ଯେପରି ଉଦ୍ଦିପନା ଥିଲା ଦୀର୍ଘ ବର୍ଷ ପରେ ବି ତାହା ମଳିନ ପଡିନି। ଏଥିରେ ଭାରତୀୟ ଫିଲ୍ମ ପ୍ରତି ବ୍ରିଟିଶ ନାଗରିକଙ୍କ ଋଚିକୁ ପ୍ରମାଣିତ କରିବା ଲାଗି ଫିଲ୍ମର ଦୁଇ ମୁଖ୍ୟ ଚରିତ୍ରଙ୍କ ମୂର୍ତ୍ତି ଲିସେଷ୍ଟର ସ୍କୋୟାରରେ ଅନାବୃତ୍ତ ହେବ।ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଶାହାରୁଖ ଖାନ, କାଜୋଲ ଅଭିନୟ କରିଥିବା ବେଳେ ବାବୁଜୀ ଭୂମିକାରେ ଅମରିଶ ପୁରୀ, ଫରିଦା ଜଲାଲ ଅଭିନୟ କରିଥିଲେ। ରୋମାନ୍ସ ଓ ପାରିବାରିକ ସମ୍ପର୍କକୁ ଏକ ଭିନ୍ନ ସ୍ତରକୁ ନେଇ ଯିବାରେ ନିର୍ଦ୍ଦେଶକ ୟଶ ଚୋପ୍ରାଙ୍କ ନିର୍ଦ୍ଦେଶନ ଉଲ୍ଲେଖନୀୟ ହୋଇଥିବା ବେଳେ ଆନନ୍ଦ ବକ୍ସିଙ୍କ ଗୀତକୁ ଜତିନ ଲଲିତ ଏପରି ସ୍ୱରରେ ଢାଲିଥିଲେ ଯେ ଆଜିବି ଗୀତ ୟୁବପୀଢିଙ୍କୁ ରୋମାଞ୍ଚିତ କରୁଛି। ଫିଲ୍ମରେ ରାଜ ଓ ସିମରନଙ୍କ ସେଦିନର ଛବିକୁ ମୂର୍ତ୍ତିରେ ପରିଣତ କରି ବ୍ରିଟେନବାସୀ ଦୁଇ ମୁଖ୍ୟ ଚରିତ୍ରକୁ ଏବେ ସବୁଦିନ ଲାଗି ଅମର କରିଦେବାକୁ ଯାଉଛନ୍ତି। ଫିଲ୍ମଟି ପ୍ରତି ବ୍ରିଟେନବାସୀଙ୍କ ଭାବନା ନିଶ୍ଚିତ ରୂପେ ବଲିଉଡ ଲାଗି ଏକ ଗୌରବ ବୋଲି କୁହାଯାଇପାରେ। ଏହା ବ୍ରିଟେନବାସୀଙ୍କ ଭାରତୀୟ ଫିଲ୍ମ ପାଇଁ ଏକ ବଡ ଅବଦାନ ଅଟେ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024