ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କ୍ରମାଗତ ଭାବେ ୯ ଦିନ ହେବ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ବି ତେଲ ଦର ବୃଦ୍ଧି ହୋଇଛି । ପେଟ୍ରୋଲ ଲିଟର ପିଛା ଦର ୪୮ ପଇସା ଏବଂ ଡିଜେଲ ଲିଟର ପିଛା ଦର ୫୯ ପଇସା ବୃଦ୍ଧି ହୋଇଛି । ଏହାପରେ ରାଜଧାନୀ ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ୭୬.୨୬ ଟଙ୍କାରେ ପହଁଚି ଥିବା ବେଳେ ଡିଜେଲ ଲିଟର ପିଛା ଦର ୭୪.୬୨ ଟଙ୍କାରେ ପହଁଚିଛି ।
ରବିବାର ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୬୨ ପଇସା ବୃଦ୍ଧି ହୋଇ ପେଟ୍ରୋଲ ଦର ୭୫.୭୮ କୁ ଛୁଇଁଥିଲା । ସେହିପରି ଡିଜେଲ ୬୪ ପଇସା ବୃଦ୍ଧି ହୋଇ ୭୪.୦୩ ରେ ପହଁଚିଥିଲା ।
ସେହିଅନୁଯାୟୀ ଏବେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଦର ୮୩.୧୭ ଟଙ୍କା ଏବଂ ଡିଜେଲ ଲିଟର ପିଛା ଦର ୭୩.୨୧ ଟଙ୍କା ହୋଇଯାଇଛି । ଚେନ୍ନାଇରେ ପେଟ୍ରୋଲ ଦର ୭୯.୯୬ ଟଙ୍କା ଏବଂ ଡିଜେଲ ଦର ୭୨.୬୯ ଟଙ୍କା, କୋଲାକାତାରେ ପେଟ୍ରୋଲ ୭୮.୧୦ ଟଙ୍କା ଏବଂ ଡିଜେଲ ୭୦.୩୩ ଟଙ୍କା ହୋଇଯାଇଛି ।
ପ୍ରତ୍ୟେକ ଦିନ ସକାଳ ୬ଟାରୁ ପିଟ୍ରୋଲ ଏବଂ ଡିଜେଲ ଦରରେ ପରିବର୍ତ୍ତନ ହୋଇଥାଏ । ସକାଳ ୬ଟାରୁ ନୂତନ ଦର ଲାଗୁ ହୋଇ ଯାଇଥାଏ ।