ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲଗାତର ଭାବେ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ପୁଣି ଆଜି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି । ପେଟ୍ରୋଲ ଲିଟର ପିଛା ଦର ୪୭ ପଇସା ଏବଂ ଡିଜେଲ ଲିଟର ପିଛା ଦର ୫୭ ପଇସା ବୃଦ୍ଧି ହୋଇଛି ।
ଏହାପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୭୬.୭୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ଦର ୭୫.୧୯ ଟଙ୍କାରେ ପହଁଚିଛି । ଏହାପୂର୍ବରୁ ସୋମବାର ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୪୮ ପଇସା ବୃଦ୍ଧି ହୋଇ ୭୬.୨୬ ଟଙ୍କା ହୋଇଥିବା ବେଳେ ଡିଜେଲ ଲିଟର ପିଛା ଦର ୫୯ ପଇସା ବୃଦ୍ଧି ହୋଇ ୭୪.୬୨ ଟଙ୍କା ହୋଇଥିଲା ।
ପ୍ରତିଦିନ ସକାଳ ୬ଟାରୁ ପେଟ୍ରୋଲ ଓ ଡିଜେଲ ଦର ପରିବର୍ତ୍ତନ ହୋଇଥାଏ । ଏହାପରେ ନୂତନ ଦର ଲାଗୁ ହୋଇ ଯାଇଥାଏ ।