ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଢିବ ପେଟ୍ରୋଲ ଓ ଡିଜେଲ ଦର । ଏବେ ପେଟ୍ରୋଲ ଏବଂ ଡିଜେଲ ପାଇଁ ଲୋକଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ । ଏକ ଟଙ୍କା ସେସ୍ ଏବଂ ଏକ ଟଙ୍କା ଏକ୍ସସାଇଜ୍ ଡ୍ୟୁଟି ବଢାଇବା ପାଇଁ ଏହି ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ।
ଆସନ୍ତାକାଲି ମାନେ ଶନିବାର ଠାରୁ ଲୋକଙ୍କୁ ପେଟ୍ରୋଲ ଏବଂ ଡିଜେଲ ପ୍ରତି ଲିଟର ପିଛା ଅତିରିକ୍ତ ଦୁଇ ଟଙ୍କା ଅଧିକ ଦେବାକୁ ପଡିବ । ଏହାସହିତ ସୁନା ଏବଂ ଚାନ୍ଦୀରେ ବି କଷ୍ଟମ ଡ୍ୟୁଟି ୧୦ ପ୍ରତିଶତ ବଢାଯାଇ ୧୨.୫ ପ୍ରତିଶତ କରାଯାଇଛି ।