ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୁଇ ଦିନ ପେଟ୍ରୋଲ ଏବଂ ଡିଜେଲ ଦର ସ୍ଥିର ରହିବା ପରେ ନଭେମ୍ବର ୧ରୁ ଦର ହ୍ରାସ ହୋଇଛି । ତେଲ କମ୍ପାନୀ ପକ୍ଷରୁ ପେଟ୍ରୋଲ ଦର ଲିଟର ପିଛା ଦିଲ୍ଲୀରେ ୬ ପଇସା, କୋଲକାତାରେ ୨ ପଇସା, ମୁମ୍ବାଇ ଏବଂ ଚେନ୍ନାଇରେ ୩ ପଇସା ଲେଖାଏଁ ହ୍ରାସ କରାଯାଇଛି । ସେହିପରି ଦିଲ୍ଲୀରେ ଡିଜେଲ ଲିଟର ପିଛା ୫ ପଇସା, କୋଲକାତା ଏବଂ ମୁମ୍ବାଇରେ ୨ ପଇସା, ଚେନ୍ନାଇରେ ୩ ପଇସା ହ୍ରାସ କରାଯାଇଛି ।
ଇଣ୍ଡିଆନ ଅଏଲ ୱେବସାଇଟ୍ ମୁତାବକ, ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲ ଦର ହ୍ରାସ ହୋଇ ଲିଟର ପିଛା କ୍ରମଶଃ: ୭୨.୯୬ ଟଙ୍କା,୭୫.୫୫ ଟଙ୍କା,୭୮.୫୧ ଟଙ୍କା ଏବଂ ୭୫.୬୯ ଟଙ୍କା ହୋଇଛି ।
ଗତ ଏକ ମାସ ହେବ ପେଟ୍ରୋଲ ଏବଂ ଡିଜେଲ ଦରରେ ୧.୫୦ ଟଙ୍କାରୁ ଅଧିକ ହ୍ରାସ ହୋଇଛି । ଯାହାଦ୍ୱାରା ସାଧାରଣ ଉପଭୋକ୍ତାଙ୍କୁ ଆଶ୍ୱସ୍ତି ମିଳିଛି । ଗତ ଅକ୍ଟୋବର ମାସରେ ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲ ଦର ଲିଟର ପିଛା କ୍ରମଶଃ: ୭୪.୬୧,୭୭.୨୩,୮୦.୨୧ ଏବଂ ୭୭.୫୦ ଟଙ୍କା ରହିଥିଲା । ସେହିପରି ଡିଜେଲ ଦର ଲିଟର ପିଛା କ୍ରମଶଃ: ୬୭.୪୯ ଟଙ୍କା, ୬୯.୮୫ ଟଙ୍କା, ୭୦.୭୬ ଟଙ୍କା ଏବଂ ୭୧.୩୦ ଟଙ୍କା ରହିଥିଲା ।