ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ପୁଣି ପେଟ୍ରୋଲ ଦର ବୃଦ୍ଧି ହୋଇଛି । ଯାହାର ସିଧା ପ୍ରଭାବ ଜନସାଧାରଣଙ୍କ ଉପରେ ପଡିବ । କାରଣ ଏକ ଲିଟର ପିଛା ପେଟ୍ରୋଲ ଦରରେ ୬ ପଇସା ବୃଦ୍ଧି ହୋଇଛି । ଅନ୍ୟପଟେ ପେଟ୍ରୋଲ ସହିତ ଡିଜେଲ ଦର ବି ବୃଦ୍ଧି ହୋଇଛି ।
ଶୁକ୍ରବାର ଦିନ ଦେଶର ପ୍ରମୁଖ ମହାନଗରରେ ମାନେ ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ଏକ ଲିଟର ପିଛା ପେଟ୍ରୋଲ ଦରରେ ୬ ପଇସା ବୃଦ୍ଧି ହୋଇଛି । ସେହିପରି ଡିଜେଲ ଏକ ଲିଟର ପିଛା ଦରରେ ୧୬ ପଇସା ବୃଦ୍ଧି ହୋଇଛି ।
ଏକ ତେଲ ଉଦ୍ୟୋଗ ସମୂହ ଆମେରିକାନ୍ ପେଟ୍ରୋଲିୟମ ଇଂଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି କି, ୟୁଏସ କ୍ରୁଡ୍ ଷ୍ଟକ୍ ଗତ ସପ୍ତାହରେ ୭୯ ଲକ୍ଷ ପର୍ଯ୍ୟନ୍ତ ଘାଟା ହୋଇଥିଲା, ଯାହା ବିଶ୍ଲେଷଣଙ୍କ ଅନୁମାନରେ ଅଧିକତମ ଘାଟା କୁହାଯାଉଛି ।
ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ ଦରରେ ପରିବର୍ତ୍ତନ ହୋଇଥାଏ । ସକାଳ ୬ଟାରେ ନୂତନ ଦର ଲାଗୁ ହୋଇଥାଏ । ପେଟ୍ରୋଲ ଏବଂ ଡିଜେଲ ଦରରେ ଏକ୍ସସାଇଜ୍ ଡ୍ୟୁଟି, ଡିଲର କମିଶନ୍ ଏବଂ ଅନ୍ୟ ଚାର୍ଜ ଆଜି ଯୋଡା ଯାଇଥାଏ ।