(ଏଟିଆର ବ୍ୟୁରୋ): କଜାଖସ୍ତାନର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ଘଟିଛି । ୧୦୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନଟି ଅଲ୍ମାଟି ବିମାନ ବନ୍ଦରର ଏକ ବିଲ୍ଡିଂରେ ମାଡ ହୋଇ ଦୁର୍ଘଟଣାର ଶିକାର ହୋଇଛି । ଏଥିରେ ୧୪ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି ।
ବିମାନଟି କଜାଖସ୍ତାନର ବଡ ସହର ଅଲ୍ମାଟିରୁ ରାଜଧାନୀ ନୁରସୁଲତାନ ଯାଉଥିଲା । ଉଡାଣ ଭରିବା ମାତ୍ରେ ହିଁ ମାଡ ହୋଇଯାଇଥିଲା । ଏନେଇ ଅଲ୍ମାଟି ବିମାନ ବନ୍ଦରର ଅଧିକାରୀଙ୍କ କହିବାନୁଯାୟୀ, ବିମାନ ନଂ ଜେଡ୯୨୧୦୦ ରେ ୯୫ ଜଣ ଯାତ୍ରୀଙ୍କ ସମେତ ୫ ଜଣ କ୍ରିଉ ମେମ୍ବର ରହିଥିଲେ । ବିମାନଟି ତାର ନିର୍ଦ୍ଧାରିତ ଉଚ୍ଚତାକୁ ପହଁଚି ପାରିନଥିଲା ଏବଂ ଏକ ବିଲ୍ଡିଂରେ ମାଡ ହୋଇ ତଳକୁ ଖସିପଡିଥିଲା ।
ରିପୋର୍ଟ ମୁତାବକ, ପାଗ ଖରାପ ଥିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ବିମାନବନ୍ଦରରୁ ବିମାନଟି ଟେକ୍ ଅଫ୍ ନେବା ପରେ ରାଡାର ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ବିମାନଟି କଜାଖସ୍ତାନର ବେକ୍ ଏୟାର ଫ୍ଲାଇଟ୍ ବୋଲି ଜାଣିବାକୁ ମିଳିଛି ।