ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଲଗାତର ଭାବେ ୮ ଦିନ ହେବ ଦର ବୃଦ୍ଧି ହୋଇ ଚାଲିଛି । ଆଜି ପୁଣି ପେଟ୍ରୋଲ ଲିଟର ପିଛା ଦର ୬୨ ପଇସା ଏବଂ ଡିଜେଲ ଲିଟର ପିଛା ଦର ୬୪ ପଇସା ବୃଦ୍ଧି ହୋଇଛି । ଏହି ୮ ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦରରେ କ୍ରମଶଃ ୪.୫୨ ଟଙ୍କା ଏବଂ ୪.୬୪ ଟଙ୍କା ବୃଦ୍ଧି ହୋଇଛି ।
ସେହିଅନୁଯାୟୀ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୭୫.୧୬ ଟଙ୍କାରୁ ବୃଦ୍ଧି ହୋଇ ୭୫.୭୮ ଟଙ୍କାରେ ପହଁଚିଥିବା ବେଳେ ଡିଜେଲ ଲିଟର ପିଛା ଦର ୭୩.୩୯ ଟଙ୍କାରୁ ବୃଦ୍ଧି ହୋଇ ୭୪.୦୩ ଟଙ୍କାରେ ପହଁଚିଛି ।
ତେଲ କମ୍ପାନୀ ପକ୍ଷରୁ ଦରରେ ସମୀକ୍ଷା କରିବା ପରେ ଦୀର୍ଘ ୮୨ ଦିନ ଦର ସ୍ଥଗିତ ରଖିବା ପରେ ଜୁନ୍ ୭ ରୁ ପୁର୍ନବାର ଦର ବୃଦ୍ଧି ହେବା ଆରମ୍ଭ ହୋଇଯାଇଛି । ଲଗାତର ୮ ଦିନ ହେବ ଦର ବୃଦ୍ଧି ହୋଇ ଚାଲିଛି ।