ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କିଛି ଦିନ ଯାଏଁ ପେଟ୍ରୋଲ ଏବଂ ଡିଜେଲ ଦର ସ୍ଥିର ରହିବା ପରେ ଏବେ ପୁଣି ଦର ବୃଦ୍ଧି ହୋଇଛି । ଗତକାଲି ବି ପେଟ୍ରୋଲ ଦର ବୃଦ୍ଧି ହୋଇଥିଲା ଏବଂ ଆଜି ପୁଣି ଦର ବୃଦ୍ଧି ହୋଇଛି । ମାତ୍ର ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ତେଲ କମ୍ପାନୀ ପକ୍ଷରୁ ଆଜି ପେଟ୍ରୋଲ ଦର ୧୨ ପଇସାରୁ ୧୬ ପଇସା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ନୂତନ ଦର ୧୬ ପଇସା ବୃଦ୍ଧି ହୋଇ ଲିଟର ପିଛା ଦର ୮୦.୭୩ ରେ ପହଁଚିଛି । କିନ୍ତୁ ଡିଜେଲ ଦରରେ କୌଣସି ପରିବର୍ତ୍ତନ ନହେବାରୁ ଲିଟର ପିଛା ଡିଜେଲ ଦର ୭୩.୫୬ ଟଙ୍କା ରହିଛି ।
ସେହିପରି ମୁମ୍ବାଇରେ ପେଟ୍ରେଲ ଲିଟର ପିଛା ଦରରେ ୧୪ ପଇସା ବୃଦ୍ଧି ହୋଇଥିବା ବେଳେ କୋଲକାତାରେ ୧୩ ପଇସା, ଚେନ୍ନାଇରେ ୧୨ ପଇସା ଏବଂ ବେଙ୍ଗାଲୁରୁରେ ୧୫ ପଇସା ବୃଦ୍ଧି ହୋଇଛି ।
ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ ଦରରେ ପରିବର୍ତ୍ତନ ହୋଇଥାଏ । ଏହାପରେ ନୂତନ ଦର ଲାଗୁ ହୋଇଥାଏ ।