ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୋକୋ ଇଣ୍ଡିଆ ତାର ନୂତନ ସ୍ମାର୍ଟଫୋନ୍ ପୋକୋ ଏମ୩ ଭାରତରେ ଲଞ୍ଚ କରିଛି । ଏହି ଫୋନକୁ ଭାରତୀୟ ବଜାରେ ବଡ ଡିସପ୍ଲେ, ଟ୍ରିପଲ ରିୟର କ୍ୟାମେରା ସେଟଅପ ଏବଂ ୬୦୦୦ଏମଏଏଚ ବ୍ୟାଟେରୀ ସହିତ ଲଞ୍ଚ କରାଯାଇଛି । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ଫୋନ୍ ର ଫିଚର୍ସ..
ଭାରତରେ ପୋକୋ ଏମ୩ ର ପ୍ରାରମ୍ଭିକ ଦାମ ୧୦, ୯୯୯ ଟଙ୍କା ରହିଛି । ଏହି ଦାମରେ ୬ଜିବି ର୍ୟାମ୍ ସହିତ ୬୪ ଜିବି ଷ୍ଟୋରେଜ ମିଳିବ । ସେହିପରି ୬ଜିବି ର୍ୟାମ ଏବଂ ୧୨୮ ଜିବି ଷ୍ଟୋରେଜ୍ ଭ୍ୟାରିଏଣ୍ଟର ଦାମ୍ ୧୧,୯୯୯ ଟଙ୍କା ରହିଛି । ଏହି ଫୋନ୍ ର ୩ଟି କଲର ଅପ୍ସନ ଆସିବ । ଫେବୃଆରୀ ୯ ରୁ ଫ୍ଲିପକାର୍ଟରେ ଏହି ଫୋନ୍ ର ବିକ୍ରି ଆରମ୍ଭ ହେବ ।
ଏହି ଫୋନ୍ ରେ ଡୁଆଲ ସିମ ସପୋର୍ଟ ସହିତ ଏଣ୍ଡ୍ରୋଏଡ ୧୦ ଆଧାରିତ ଏମଆଇୟୁଆଇ ୧୨ ମିଳିବ । ଏହାବ୍ୟତିତ ଏଥିରେ ୬.୫୩ ଇଞ୍ଚ୍ ର ଫୁଲ ଏଚଡି ପ୍ଲସ ଡିସପ୍ଲେ ରହିଛି ଯାହାର ରିଜଲ୍ୟୁସନ ୧୦୮୦ *୨୩୪୦ ପିକ୍ସଲ । ସେହିପରି ଡିସପ୍ଲେରେ ଗରିଲା ଗ୍ଲାସ ର ପ୍ରୋଟେକ୍ସନ ରହିଛି ।
ଯଦି ଏହି ଫୋନ୍ ର କ୍ୟାମେରା କଥା କହିବା ତେବେ ଏଥିର ଟ୍ରିପଲ ରିୟର କ୍ୟାମେରା ସେଟଅପ ରହିଛି, ଯେଉଁଥିରେ ମେନ ଲେନ୍ସ ୪୮ ମେଗାପିକ୍ସଲ । ସେହିପରି ଦ୍ୱିତୀୟ ଲେନ୍ସ ୨ ମେଗାପିକ୍ସଲର ଏବଂ ତୃତୀୟ ଲେନ୍ସ ୨ ମେଗାପିକ୍ସଲର । ଅନ୍ୟପଟେ ସେଲ୍ଫି ପାଇଁ ୮ ମେଗାପିକ୍ସଲର କ୍ୟାମେରା ଦିଆଯାଇଛି ।