ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଟିଏମରୁ ଟଙ୍କା ଉଠାଇବା ଏବଂ ଫଣ୍ଡ ଟ୍ରାଞ୍ଜାକ୍ସନ କରିବାରେ ପୁର୍ନବାର ନିୟମର ପରିବର୍ତ୍ତନ କରିଛି ଆରବିଆଇ । ଆରବିଆଇ ର ନୂତନ ନିୟମ ପରେ ଏଟିଏମ ମାଧ୍ୟମରେ ଟ୍ରାଞ୍ଜାକ୍ସନ କରୁଥିବା ଗ୍ରାହକଙ୍କ ପାଇଁ ସୁବିଧା ହେବ । ଆରବିଆଇ ର ନୂତନ ନିୟମାନୁଯାୟୀ ଡେବିଟ୍ କାର୍ଡ କିମ୍ବା ଅନଲାଇନ୍ ଟ୍ରାଞ୍ଜାକ୍ସନ ଫେଲ୍ ହେବା ଉପରେ ଆଗାମୀ ସମସ୍ୟାରୁ ରକ୍ଷା ପାଇବା ପାଇଁ ଏହି ନିୟମ ଜାରି କରାଯାଇଛି ।
ଅନଲାଇନ୍ ଟ୍ରାଞ୍ଜାକ୍ସନ କରିବା ସମୟରେ ଯଦି ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟି ଯାଉଛି, ଟଙ୍କା ଫେରସ୍ତ ହେଉନି ତେବେ ସେଥିପାଇଁ ଡରନ୍ତୁ ନାହିଁ । ଏଥିପାଇଁ ଆରବିଆଇ ପକ୍ଷରୁ ନୂତନ ଦିଶା-ନିର୍ଦ୍ଦେଶ ପ୍ରସ୍ତୁତ କରାଯାଇଛି ।
ଆରବିଆଇ ପକ୍ଷରୁ ଟର୍ନ ଅରାଉଣ୍ଡ ଟାଇମ (ଟିଓଟି) ଉପରେ ଜାରି ଗାଇଡଲାଇନ୍ ରେ ନିର୍ଦ୍ଦେଶ ଦିଆଯାଇଛି କି, ବ୍ୟାଙ୍କ କୁ ଫେଲ୍ ଡେବିଟ୍ କାର୍ଡ ଟ୍ରାଞ୍ଜାକ୍ସନ ପ୍ରସଙ୍ଗକୁ ପାଞ୍ଚ ଦିନ ଭିତରେ ସମାପ୍ତ କରିବାକୁ ହେବ । ସେହିପରି ଆଇଏମପିଏସ ସହ ଜଡିତ ଫେଲ୍ ଟ୍ରାଞ୍ଜାକ୍ସନର ଅଭିଯୋଗକୁ ଗୋଟେ ଦିନ ଭିତରେ ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଫେଲ ଟ୍ରାଞ୍ଜାକ୍ସନକୁ ନିର୍ଦ୍ଧାରିତ ସମୟ ଭିତରେ ଶେଷ କରିବା ପାଇଁ ସମସ୍ତ ପେମେଣ୍ଟ ଅପରେଟରର୍ସଙ୍କୁ ଆରବିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ଏତିକି ନୁହେଁ ଯଦି ଅଭିଯୋଗକୁ ସମୟସୀମା ଭିତରେ ଶେଷ ନକରାଯାଉଛି ତେବେ ସେଥିପାଇଁ ବ୍ୟାଙ୍କକୁ ଜରିମନା ଦେବାକୁ ପଡିବ ।