ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୀର୍ଘ ଦିନର ପ୍ରତିକ୍ଷା ପରେ ଶେଷରେ ଭାରତରେ ରିଅଲମି ତାର ୫ଜି ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଯାହାର ନାଁ ରହିଛି Realme X50 Pro 5G ।
ରିଅଲମି ଏକ୍ସ୫୦ ପ୍ରୋରେ କ୍ୱାଲକମ ସ୍ନାପଡ୍ରାଗନ ୮୬୫ ଏସଓସି, ୬୫ଡବଲ୍ୟୁ ସୁପରଡାର୍ଟ କ୍ଲାଶ ଚାର୍ଜ ଟେକନିକ, ପିଙ୍ଗରପ୍ରିଣ୍ଟ ସେଂସର ଯୁକ୍ତ ଡିସପ୍ଲେ ଏବଂ ଡୁଆଲ ସେଲ୍ଫି କ୍ୟାମେରା ଭଳି ଫିଚର୍ସ ରହିଛି ।
ଏହି ୫ଜି ଫୋନ୍ ଭାରତରେ ଲଞ୍ଚ ହେବ ବୋଲି କମ୍ପାନୀ ପକ୍ଷରୁ ଗତ ସପ୍ତାହରେ ସୂଚାନା ଦିଆଯାଇଥିଲା । ମାତ୍ର ଏପର୍ଯ୍ୟନ୍ତ ଅନ୍ୟ କୌଣସି କମ୍ପାନୀ ଭାରତରେ ୫ଜି ସ୍ମାର୍ଟଫୋନ୍ ଲଞ୍ଚ କରି ନାହାନ୍ତି ।
ରିଅଲିମି ଏକ୍ସ୫୦ ପ୍ରୋକୁ ତିନୋଟି ଭାରିଏଣ୍ଟରେ ଲଞ୍ଚ କରାଯାଇଛି । ଏଥି ମଧ୍ୟରୁ ୬ଜିବି ର୍ୟାମ୍ ଏବଂ ୧୨୮ ଜିବି ଇଂଟରନାଲ ଷ୍ଟୋରେଜ୍ ଯୁକ୍ତ ଫୋନ୍ ର ଦାମ୍ ୩୭,୯୯୯ ଟଙ୍କା ରହିଛି । ସେହିପରି ୮ ଜିବି ର୍ୟାମ୍ ଏବଂ ୧୨୮ ଜିବି ଇଂଟରନାଲ ଷ୍ଟୋରେଜ୍ ଯୁକ୍ତ ଫୋନ୍ ର ଦାମ୍ ୩୯,୯୯୯ ଟଙ୍କା ଏବଂ ୧୨ ଜିବି ର୍ୟାମ୍ ସହିତ ୨୫୬ ଜିବି ଇଂଟରନାଲ ଷ୍ଟୋରେଜ୍ ଯୁକ୍ତ ଭ୍ୟାରିଏଣ୍ଟର ଦାମ୍ ୪୪,୯୯୯ ଟଙ୍କା ରହିଛି । ଏହି ତିନୋଟି ଭ୍ୟାରିଏଣ୍ଟର ବିକ୍ରି ଆରମ୍ଭ ହୋଇଯାଇଛି । ଏହି ଫୋନ୍ କୁ ଆପଣ ରିଅଲମି ସାଇଡ୍ ବ୍ୟତିତ ଫ୍ଲିପକାର୍ଟ ରେ ବି କିଣି ପାରିବେ ।