ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏଣିକି ବେଆଇନ ପାର୍କିଂ କଲେ ନାମ । ଧରା ପଡିଲେ ଗଣିବେ ଜରିମାନା । ରାଜଧାନୀରେ ଟ୍ରାଫିକ ସମସ୍ୟାରେ ସୁଧାର ଆଣିବା ପାଇଁ ଅଧିକ କଡା ଆଭିମୁଖ୍ୟ ଗ୍ରହଣ କରିଛି ଭୁବନେଶ୍ୱର କଟକ ପୋଲିସ କମିଶନରେଟ । ଏନେଇ ଆଜି କମିଶନରେଟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।
ଓଡିଶା ଅର୍ବାନ ପୁଲିସ ଆକ୍ଟ ୨୦୦୩ ଧାରା ୨୮ ଓ ୨୯ ତଥା ଭୁବନେଶ୍ୱର କଟକ ପୁଲିସ କମିଶନରେଟ ଟ୍ରାଫିକ ରୁଲ ୨୦୦୮ ଧାରା ୧୯ ଓ ୨୧ ଅନୁସାରେ ସହରରେ ବେଆଇନ ପାର୍କିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ପ୍ରାଥମିକ ପର୍ଯ୍ୟାୟରେ କେତେକ ମୁଖ୍ୟ ରାସ୍ତାକୁ ଚିହ୍ନଟ କରାଯାଇଛି ।
ସୂଚନା ଅନୁସାରେ କମିଶନରେଟ ପୋଲିସ ପକ୍ଷରୁ ଜାରି ହୋଇଥିବା ଏହି ଆଇନକୁ ଯଦି କୌଣସି ବ୍ୟକ୍ତ ଖିଲାପ କରନ୍ତି ତେବେ ତାଙ୍କ ଉପରେ ୫୦୦ ଟଙ୍କା ଜରିମାନା କରାଯିବା ସମେତ କ୍ରେନ ଦ୍ୱାରା ଗାଡି ଉଠାଯାଇଥିଲେ ସେ ନେଇ ଖର୍ଚ୍ଚ ହୋଇଥିବା ସମସ୍ତ ଟଙ୍କା ଉଠାଯାଇଥିବା ଗାଡିର ମାଲିକ ବହନ କରିବେ । ପ୍ରାଥମିକ ପର୍ଯ୍ୟାୟରେ ରାଜମହଲ ଛକରୁ କଳା ରାହାଙ୍ଗ ଛକ, ଏୟାରପୋର୍ଟରୁ ନାଲୋକ ଛକ, ଶିଶୁ ଭବନ ଛକରୁ ବାଣୀ ବିହାର ଛକ, ରଶୁଲଗଡ ଛକରୁ ଜୟଦେବ ବିହାର, ଶ୍ରୀୟା ଛକରୁ ପି.ଏଚ.ଡି କାର୍ଯ୍ୟାଳୟ ଏବଂ ବାପୁଜୀ ନଗର ।
Advisory on Parking restriction in Bhubaneswar.
We are increasing enforcement relating to parking violations. Drivers & Vehicle owners may please note. Violators will have to pay fine & cost of towing by crane. All are requested to be alert & please cooperate. @SarangiSudhansu pic.twitter.com/LqQM2vBiUS— COMMISSIONERATE POLICE (@cpbbsrctc) February 25, 2020