ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯଦି ଆପଣ ବି ଆପଣଙ୍କ ସ୍ମାର୍ଟଫୋନରେ ବ୍ଲୁଟୁଥ୍ ମାଧ୍ୟମରେ ଫାଇଲ ସବୁ ସେଣ୍ଡ କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସୀ ଖବର । ବହୁତ ଶୀଘ୍ର ସ୍ମାର୍ଟଫୋନ୍ ରେ ‘ସୁପର ବ୍ଲୁଟୁଥ୍’ ଟେକନିକ୍ ସାମିଲ ହେବାକୁ ଯାଉଛି । ଯାହା ସାହାଯ୍ୟରେ ଆପଣ ୪୦୦ ମିଟର ରେଞ୍ଜ ପର୍ଯ୍ୟନ୍ତ ଫାଇଲ୍ସକୁ ସେଣ୍ଡ ଏବଂ ରିସିଭ୍ କରିପାରିବେ ।
ରିପୋର୍ଟ ମୁତାବକ, ଏହି ଟେକନିକ୍ କୁ ବ୍ଲୁଟୁଥ୍ ୫.୧ ବା ସୁପର ବ୍ଲୁଟୁଥ୍ ନାମରେ ରେଡମୀ ୩୦ ପ୍ରୋ ସ୍ମାର୍ଟଫୋନ୍ ରେ ଲଞ୍ଚ କରାଯିବ । କହିବାକୁ ଗଲେ ବ୍ଲୁଟୁଥ୍ ୫.୧ ର ରେଞ୍ଜ ପାଖାପାଖି ୨୪୩ ମିଟର ହୋଇ ପାରିବ କିନ୍ତୁ ଏହି ଟେକନିକ୍ କୁ ସାଓମି ଦୁଇଗୁଣା ରେଞ୍ଜ ସହିତ ଆଣିବ ବୋଲି ଶୁଣିବାକୁ ମିଳୁଛି । ପ୍ରକୃତରେ ଏହି ଟେକନିକ କେତେ ରେଞ୍ଜ ଭିତରେ କାମ କରିବା ତାହା ଫୋନ୍ ଲଞ୍ଚ ହେବା ପରେ ଜଣା ପଡିବ ।