ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବହୁତ ଶୀଘ୍ର ରିଲିଆନ୍ସ ଜିଓ ତାର ଆଣ୍ଡ୍ରୋଏଡ ଅପରେଟିଙ୍ଗ ସିଷ୍ଟମ ଉପରେ ଆଧାରିତ ଶସ୍ତା ଫୋନ ଭାରତରେ ଲଞ୍ଚ କରିବାକୁ ଯାଉଛି । ଏହାକୁ ପ୍ରସ୍ତୁତ କରିବା ପାଇଁ ଘରୋଇ କମ୍ପାନୀ ସହିତ ଡିଲ କରିଛି ରିଲିଆନ୍ସ ଜିଓ । ମାତ୍ର କେଉଁ କମ୍ପାନୀ ସହ ଡିଲ ହୋଇଛି ସେନେଇ ଜିଓ ପକ୍ଷରୁ କୌଣସି ସ୍ପଷ୍ଟି କରଣ ହୋଇନାହିଁ । କିନ୍ତୁ ଦୁଇ ବର୍ଷ ମଧ୍ୟର ଜିଓ ଏହି ଶସ୍ତା ସ୍ମାର୍ଟଫୋନ୍ ର ୨୦ କୋଟି ୟୁନିଟ୍ସ ପ୍ରସ୍ତୁତ କରିବ ।
ବ୍ଲମବର୍ଗର ରିପୋର୍ଟ ମୁତାବକ, ଜିଓ ର ଏହି ସ୍ମାର୍ଟ ଫୋନ ଜିଓ ଫୋନ ର ହିଁ ନୂତନ ଭର୍ସନ ହୋଇପାରେ । ଏହାକୁ ୪ ହଜାର ଟଙ୍କା ଦରରେ ଲଞ୍ଚ କରାଯିବ । ସେଥିପାଇଁ କମ୍ପାନୀ ଅଲଗା ଶସ୍ତା ପ୍ଲାନ ବି ଲଞ୍ଚ କରିବ ।
ଆଗାମୀ ଦୁଇ ବର୍ଷ ମଧ୍ୟରେ ଜିଓ ୧୫ ରୁ ୨୦ କୋଟି ଫୋନ୍ସ ବିକ୍ରି କରିବାର ଟାର୍ଗେଟ ରଖିଛି । ଏହାଦ୍ୱାରା ଘରୋଇ ଫୋନ କମ୍ପାନୀକୁ ନୂତନ ଅବସର ମିଳିବ ।