ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜୁନ୍ ର ଚତୁର୍ଥାଂଶ ଫଳାଫଳ ଘୋଷଣା କରିଛି ରିଲିଆନ୍ସ ଜିଓ । କମ୍ପାନୀ ମୁତାବକ, ଭାରତରେ ରିିଲିଆନ୍ସ ସବୁଠାରୁ ଅଧିକ ଗ୍ରାହକ ସହ ଯୋଡି ହୋଇଛି । ଏହାସହିତ କମ୍ପାନୀ ଆହୁରୀ ମଧ୍ୟ ଦାବି କରିଛି କି, ଗତ ୧୨ ମାସରେ ୪ କୋଟି ୨୩ ଲକ୍ଷ ନୂତନ ଗ୍ରାହକ ଜିଓ ସହିତ ଯୋଡି ହୋଇଛନ୍ତି । ଏହାପରେ ଏବେ ମୋଟ ଗ୍ରାହକଙ୍କ ସଂଖ୍ୟା ୪୪ କୋଟି ୬ ଲକ୍ଷରେ ପହଁଚିଛି ।
କରୋନା ମହାମାରୀ ଏବଂ ଲକଡାଉନରେ ଜିଓ ଉପରେ କୌଣସି ପ୍ରଭାବ ପଡିନାହିଁ । ନିଜର ଡିଜିଟାଲ ସେବାରୁ ସବୁଠାରୁ ଅଧିକ ଆୟ କରୁଛି ଜିଓ । ସେହିପରି ଜିଓ ଫାଇବରରୁ ମଧ୍ୟ କମ୍ପାନୀ ଫାଇଦା ହେଉଛି । କମ୍ପାନୀର ଦାବି ଅନୁଯାୟୀ ଏପର୍ଯ୍ୟନ୍ତ ୩୦ ଲକ୍ଷ ଘରେ ଜିଓ ଫାଇବର ପହଁଚି ସାରିଛି ।