ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାମାରୀ କରୋନା ପାଇଁ ଏବେ କର୍ମଚାରୀମାନେ ଘରେ ରହି କାମ କରୁଛନ୍ତି । ସେଥିପାଇଁ ଇଂଟରନେଟର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ରିଲିଆନ୍ସ ଜିଓ ଗ୍ରାହକଙ୍କ ପାଇଁ କେବଳ ୯୯୯ ଟଙ୍କିଆ ରିଚାର୍ଜ ଉପରେ ୮୪ ଦିନ ଯାଏଁ ନିୟମିତ ୩ଜିବି ହାଇସ୍ପିଡ ଡାଟା ସହିତ ୬୪ କେବିପିଏସ ଅସୀମିତ ଡାଟାର ନୂତନ ପ୍ଲାନ୍ ଆଣିଛି ।
ଉପଭୋକ୍ତାଙ୍କୁ ଅଧିକରୁ ଅଧିକ ସେବା ଯୋଗାଉଥିବା ଜିଓ ଏହି ପ୍ଲାନରେ ଅନେକ ସୁବିଧା ଆଣିଛି, ଯେପରିକି ଭଏସ କଲ୍ ସୁବିଧା, ଜିଓ ରୁ ଜିଓକୁ ଏବଂ ଲ୍ୟାଣ୍ଡଲାଇନକୁ ମାଗଣା ସେବା ଆଦି । ଏହାସହିତ ଜିଓରୁ ଅନ୍ୟ ନେଟୱର୍କକୁ କଥା ହେବା ପାଇଁ ୩ ହଜାର ମିନିଟ୍ । ୮୪ ଦିନ ଯାଏଁ ପ୍ରତିଦିନ ୧୦୦ ଏସଏମଏସ ସୁବିଧା ।
ଅନ୍ୟ କମ୍ପାନୀ ଅପେକ୍ଷା ରିଲିଆନ୍ସ ଜିଓ ସର୍ବଦା ତାର ପ୍ରିପେଡ ଏବଂ ବ୍ରଡବ୍ୟାଣ୍ଡ ପ୍ଲାନରେ ପରିବର୍ତ୍ତନ କରିଥାଏ ।