ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିକଟରେ ହୋଇଥିବା ଅଟୋ ଏକ୍ସପୋ ୨୦୨୦ ରେ ଫ୍ରାନ୍ସର କାର୍ ନିର୍ମାତା କମ୍ପାନୀ ରେନୋ ତାର ଅନେକ ସାନ୍ଦାର ଗାଡି ସମେତ ଦୁଇଟି ଇଞ୍ଜିନ୍ ପ୍ରଦର୍ଶିତ କରିଥିଲା । ଯେଉଁଥିରେ ଗୋଟେ ୧.୦ ଲିଟର ବିଶିଷ୍ଟ ଟର୍ବୋ ପେଟ୍ରୋଲ ଏବଂ ୧.୩ ଲିଟର ବିଶିଷ୍ଟ ଟର୍ବୋ ପେଟ୍ରୋଲ ଇଞ୍ଜିନ୍ ସାମିଲ ଅଛି । କୁହାଯାଉଛି କି ଏହି ଦୁଇଟି ଇଞ୍ଜିନ୍ ମଧ୍ୟରୁ ଗୋଟେ ଇଞ୍ଜିନ୍ କୁ କମ୍ପାନୀ ବିଏସ୬ Renault Duster ରେ ପ୍ରର୍ଦଶିତ କରିପାରେ ।
ଏହି ଇଞ୍ଜିନ୍ ର ଖାସ୍ ଗୁଣ ହେଉଛି ଏଥିରେ ୧.୩ ଲିଟର ବିଶିଷ୍ଟ ଇଞ୍ଜିନ୍ ମର୍ସିଡେସ ସୋସର୍ଡ ରହିଛି । ଯାହା ନୂତନ ଏ-କ୍ଲାସ, ଜିଏଲଏ ଏବଂ ଜିଏଲବି ରେ ଉପସ୍ଥିତ ରହିବ । ଏହି ଇଞ୍ଜିନ୍ ଭିନ୍ନ ଭିନ୍ନ ଗାଡିରେ ୧୧୫ପିଏସ ରୁ ୧୬୦ପିଏସ ପର୍ଯ୍ୟନ୍ତ କ୍ଷମତା ରହିଛି ।
ସେହିପରି ଦିଲ୍ଲୀର ନୋଏଡାରେ ଆୟୋଜିତ ହୋଇଥିବା ମୋଟର ସୋ’ ରେ ଯେଉଁ ଇଞ୍ଜିନ୍ ପ୍ରଦର୍ଶିତ କରାଯାଇଥିଲା, ସେଥିରେ ୧୫୬ପିଏସ ର ଅଧିକତମ କ୍ଷମତା ଏବଂ ୨୫୦ ଏନଏମ ର ପିକ ଟକ୍ ଜେନେରେଟ କରିବାର ସକ୍ଷମ ରହିଛି ।
ରିପୋର୍ଟ ମୁତାବକ, ଅଟୋ ଏକ୍ସପୋ ୨୦୨୦ ରେ ପ୍ରଦର୍ଶିତ କରାଯାଇଥିବା ବିଏସ୬ Renault Duster ର ଇଣ୍ଟରିଅର ଏବଂ ଏକ୍ସଟିରିୟରରେ ଛୋଟିଆ ପରିବର୍ତ୍ତନ କରାଯାଇଛି । ଯେଉଁଥିରେ ୧୭ ଇଞ୍ଚର ଅଲୋ ହ୍ୱିଲ୍, ଏସି ରିମୋଟ, ଅଟୋମେଟିକ କ୍ଲାଇମେଟ୍ କଣ୍ଟ୍ରୋଲ, ଷ୍ଟାର୍ଟ/ଷ୍ଟପ୍ ପୁସ୍ ବଟନ୍, କ୍ରୁଜ୍ କଣ୍ଟ୍ରୋଲ, ଡୁଆଲ ଫ୍ରଣ୍ଟ ବ୍ୟାଗ, ହିଲ-ହୋଲ୍ଡ ଆସିଷ୍ଟ ଏବଂ ୮ ଇଞ୍ଚିର ଟଚ୍ ସ୍କ୍ରିନ୍ ଇଂଫୋଟେନମେଣ୍ଟ ସିଷ୍ଟମ ମିଳିବ ।
ବର୍ତ୍ତମାନ ରେନୋ ଡଷ୍ଟରରେ ଦୁଇଟି ଇଞ୍ଜିନ୍ ତଥା ୧.୫ ଲିଟର ନେଚୁରାଲ ଏସ୍ପିରେଟେଡ ପେଟ୍ରୋଲ ଇଞ୍ଜିନ୍ ଏବଂ ୧.୫ ଲିଟର ଟର୍ବୋଚାର୍ଜଡ ଡିଜେଲ ଇଞ୍ଜିନ୍ ବିକ୍ରି ପାଇଁ ଉପସ୍ଥିତ ରହିଛି । କମ୍ପାନୀ ଏହି ନୂତନ ଟର୍ବୋଚାର୍ଜଡ ପେଟ୍ରୋଲ ଇଞ୍ଜିନ୍ କୁ ଅନ୍ୟ ମଡେଲରେ ବି ଲଞ୍ଚ କରିପାରେ ।