ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପପୁଲାର ଅଟୋମୋବାଇଲ କମ୍ପାନୀ ରୟାଲ ଏନଫିଲ୍ଡ ଖୁବ୍ ଶୀଘ୍ର ତାର କ୍ଲାସିକ ୩୫୦ ବାଇକର ନୂତନ ମଡେଲ ଲଞ୍ଚ କରିବାକୁ ଯାଉଛି । ଏହି ବାଇକର ନେକ୍ସଟ ଜେନେରେସନ ମଡେଲ ଆଣିବାକୁ ପ୍ରସ୍ତୁତ କରୁଛି କମ୍ପାନୀ । ଏହି ଟେଷ୍ଟିଂ ପରେ ଏବେ ଜଣାପଡିଛି କି ଖୁବ ଶୀଘ୍ର ବଜାରରେ ଲଞ୍ଚ ହୋଇପାରେ ବାଇକ । ବର୍ତ୍ତମାନର ମଡେଲ ଠାରୁ ସାମାନ୍ୟ ଅଲଗା ରୟାଲ ଏନଫିଲ୍ଡର ଏହି ମଡେଲ ।
ବାଇକ୍ ର ଲିକ୍ ହୋଇଥିବା ଫଟୋ ମୁତାବକ, ନୂତନ କ୍ଲାସିକ ୩୫୦ରେ ସର୍କୁଲାର ହେଡଲ୍ୟାମ୍ପ ସହିତ ଡିଜାଇନର କ୍ରୋମ ହାଉସିଙ୍ଗ ମିଳିବ । ଏହାକୁ ଉନ୍ନତ କରିବା ପାଇଁ ଲାଟେଷ୍ଟ ଟେକ୍ନୋଲୋଜି ବିଶିଷ୍ଟ ଜେ୧ଡି ପ୍ଲାଟଫର୍ମରେ ପ୍ରସ୍ତୁତ କରାଯାଉଛି । ଏଥିରେ ଟ୍ୟୁବ ଟାୟର ଏବଂ ଟ୍ୟୁବଲେସ ଟାୟରର ଉଭୟ ଅପ୍ସନ ଦିଆଯିବ । ବାଇକର ଫ୍ରଣ୍ଟରେ ୧୯ ଇଂଚର ସ୍ପୋକ ହ୍ୱିଲ ଏବଂ ବ୍ୟାକରେ ୧୮ ଇଂଚର ସ୍ପୋକ ହ୍ୱିଲ ଦିଆଯିବ । ଏହାସହିତ ଏଥିରେ ୩୪୯ସିସି କ୍ଷମତା ବିଶିଷ୍ଟସିଙ୍ଗଲ ସିଲିଣ୍ଡରର ଇଂଜିନ ଦିଆଯିବ । ଯାହା ୨୭ ଏନଏମ ର ଟାର୍କ ଏବଂ ୨୦.୨ ବିଏଚପି ର ପାୱାର ଜେନେରେଟ କରିବ । ସେହିପରି ବାଇକରେ ଭାଇବ୍ରେଶନକୁ କମ କରିବା ପାଇଁ ଏସଓଏଚସି ଟେକ୍ନୋଲଜି ବ୍ୟବହାର କରାଯାଇଛି ।