ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିଠୁ ଦକ୍ଷୀଣ ଆଫ୍ରିକାର ଜୋହନ୍ସବର୍ଗରେ ଆରମ୍ଭ ହେଉଛି ବ୍ରିକ୍ସ ସମ୍ମିଳନୀ । ଏଥିରେ ଯୋଗ ଦେବା ପାଇଁ ଦକ୍ଷୀଣ ଆଫ୍ରିକା ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମ୍ମିଳନୀରେ କିଛି ନେତାଙ୍କ ସହ ଦ୍ୱୀପାକ୍ଷିକ ଆଲୋଚନା କରିବେ ମୋଦି । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଙ୍କ ସହ ଆଲୋଚନା ହେବାର ସମ୍ଭାବନା ମଧ୍ୟ ରହିଛି ।
ଆସନ୍ତା ୨୪ ତାରିଖ ଯାଏଁ ଚାଲିବାକୁ ଥିବା ଏହି ସମ୍ମିଳନୀରେ ସାମିଲ ହେବେ ବ୍ରାଜିଲ, ଋଷ, ଭାରତ, ଚୀନ ଏବଂ ଦକ୍ଷୀଣ ଆଫ୍ରିକା । ଏଥିରେ ବିଭିନ୍ନ ରାଷ୍ଟ୍ର ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ ।