ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଡେଙ୍ଗୁ ବଢୁଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ କାୟା ମେଲାଇବାରେ ଲାଗିଛି । କ୍ୟାପିଟାଲ ହସ୍ପିଟାଲରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଦୈନଦିନ ୫୦୦ ସାମ୍ପଲ ଟେଷ୍ଟ ହେଉଥିବା ବେଳେ ସେଥିରୁ ୬୦ ରୁ ୭୦ ଜଣ ପଜିଟିଭ ଚିହ୍ନଟ ହେଉଛନ୍ତି ।
ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ମଙ୍ଗଳବାରଠୁ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ଟେଷ୍ଟିଂ ସେଣ୍ଟର ବ୍ୟବସ୍ଥା ହୋଇଛି ।
ଗତକିଛିଦିନ ତଳେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ବେଡ୍ ସଂଖ୍ୟା ବୃଦ୍ଧି କରାଯାଇଥିଲା ।