ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ସାମସଙ୍ଗ କମ୍ପାନୀ ତାର ଦୁଇଟି ନୂତନ ସ୍ମାର୍ଟଫୋନ ଲଞ୍ଚ କରିଛି । ସାମସଙ୍ଗ ଗାଲାକ୍ସି ଏ୧୩ ଏବଂ ଗାଲାକ୍ସି ଏ୨୩ ୪ଜି ନାମରେ ଏହି ଦୁଇଟି ଫୋନ ଲଞ୍ଚ ହୋଇଛି । ଦୁଇଟି ଯାକ ଫୋନରେ ଫୁଲ ଏଚଡି ପ୍ଲସ ଡିସପ୍ଲେ ରହିଛି ଏବଂ ଏହା ଗୁଗଲର ଆଣ୍ଡ୍ରୋଏଡ ୧୨ ଭର୍ସନରେ ଚାଲିବ । ଏଥିରେ ଅକ୍ଟା କୋର ପ୍ରୋସେସର ଦିଆଯାଇଛି ।
ସାମସଙ୍ଗ ଗାଲାକ୍ସି ଏ୧୩ରେ ୬.୬ ଇଂଚର ଟିଏଫଟି ଏଲସିଡି ଡିସପ୍ଲେ ଦିଆଯାଇଛି । ଏଥିରେ ଏକ୍ସିନୋସ ୮୫୦ ଚିପସେଟ ରହିଛି । ଏହାସହିତ ଏଥିରେ ୬ଜିବି ର୍ୟାମ ଏବଂ ୧୨୮ଜିବି ଇଂଟରନାଲ ଷ୍ଟୋରେଜ ମଧ୍ୟ ଦିଆଯାଇଛି । ସେହିପରି ଏଥିରେ କ୍ୱାଡ ରିୟର କ୍ୟାମେରା ସେଟଅପ ରହିଛି । ୫୦ ମେଗାପିକ୍ସିଲର ପ୍ରାଇମେରୀ କ୍ୟାମେରା ରହିଥିବା ବେଳେ ଗୋଟେ ୫ ମୋଗାପିକ୍ସଲର କ୍ୟାମେରା ଏବଂ ଆଉ ଗୋଟେ ୨ ମେଗାପିକ୍ସଲ ଏବଂ ଗୋଟେ ଡେପ୍ଥ ସେଂସର ରହିଛି । ସେଲ୍ଫି ପାଇଁ ୮ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି ।
ସାମସଙ୍ଗ ଗାଲାକ୍ସି ଏ୨୩ରେ ମଧ୍ୟ ୬.୬ ଇଂଚର ଟିଏଫଟି ଏଲସିଡି ଡିସପ୍ଲେ ଦିଆଯାଇଛି । ଦୁଇଟି ଭ୍ୟାରିଆଣ୍ଟ ତଥା ୬ଜିବି ର୍ୟାମ ଓ ୧୨୮ଜିବି ଷ୍ଟୋରେଜ ଏବଂ ୮ଜିବି ର୍ୟାମ ଓ ୧୨୮ଜିବି ଷ୍ଟୋରେଜ ସହିତ ଏହାକୁ କମ୍ପାନୀ ଲଞ୍ଚ କରିଛି । ଏଥିରେ କ୍ୱାଡ ରିୟର କ୍ୟାମେରା ସେଟଅପ ଦିଆଯାଇଛି । ୫୦ ମେଗାପିକ୍ସଲର ପ୍ରାଇମେରୀ କ୍ୟାମେରା ହୋଇଥିବା ବେଳେ ଗୋଟେ ୫ ମେଗାପିକ୍ସଲର କ୍ୟାମେରା ଆଉ ଗୋଟେ ୨ ମେଗାପିକ୍ସଲର କ୍ୟାମେରା ଏବଂ ଆଉ ଗୋଟେ ଡେପ୍ଥ ସେଂସର ରହିଛି । ସେଲ୍ଫି ପାଇଁ ୮ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି ।