ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାମସଙ୍ଗ କମ୍ପାନୀ ତାର ଗାଲାକ୍ସି ଏ୫୨ଏସ ୫ଜି ସ୍ମାର୍ଟଫୋନକୁ ଭାରତୀୟ ବଜାରରେ ଲଞ୍ଚ କରିଛି । ଏହି ଫୋନର ସ୍ୱତନ୍ତ୍ରତା ହେଉଛି ଏଥିରେ ଟ୍ରିପଲ ରିୟର କ୍ୟାମେରା ସେଟଅପ ଦିଆଯାଇଛି ଏବଂ ଏଥିରେ ଦିଆଯାଇଥିବା ଏମୋଲେଡ ଡିସପ୍ଲେ ୧୨୦ଏଚଜେଡ ର ରିଫ୍ରେଶ ରେଟ୍ କୁ ସପୋର୍ଟ କରୁଛି । ଗତମାସରେ ବ୍ରିଟେନରେ ଏହି ଫୋନକୁ ଲଞ୍ଚ କରିଥିଲା କମ୍ପାନୀ ଏବେ ପୁଣି ଏହାକୁ ଭାରତରେ ଲଞ୍ଚ କରାଯାଇଛି ।
ଏହି ୫ଜି ସ୍ମାର୍ଟଫୋନର ୬ ଜିବି ର୍ୟାମ ଏବଂ ୧୨୮ ଜିବି ଇଂଟରନାଲ ଷ୍ଟୋରେଜ ବିଶିଷ୍ଟ ଭ୍ୟାରିଏଣ୍ଟର ଦାମ ୩୫,୯୯୯ ଟଙ୍କା ରଖାଯାଇଥିବା ବେଳେ ଏହାର ୮ଜିବି ର୍ୟାମ ଏବଂ ୧୨୮ ଜିବି ଇଂଟରନାଲ ଷ୍ଟୋରେଜ ବିଶିଷ୍ଟ ଭ୍ୟାରିଏଣ୍ଟର ଦାମ ୩୭,୪୯୯ ଟଙ୍କା । ଏହି ଫୋନର ତିନୋଟି କଲର ଅପ୍ସନ ରହିଛି ଯାହାକୁ ସାମସଙ୍ଗର ଅନଲାଇନ୍ ଷ୍ଟୋର, ଆମାଜନ ଏବଂ ରିଟେଲର ଷ୍ଟୋର ଗୁଡିକରୁ କିଣି ପାରିବେ ଗ୍ରାହକ ।