ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାମସଙ୍ଗ କମ୍ପାନୀ ଖୁବ୍ ଶୀଘ୍ର ଭାରତରେ ତାର ନୂତନ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି । ରିପୋର୍ଟ ମୁତାବକ, ସାମସଙ୍ଗ ଗାଲାକ୍ସି ଏଫ୨୨ ସ୍ମାର୍ଟଫୋନକୁ ଭାରତରେ ଜୁଲାଇ ୬ ରେ ଲଞ୍ଚ କରାଯିବ । ଫ୍ଲିପକାର୍ଟରେ ସର୍ବପ୍ରଥମେ ଏହି ଫୋନର ବିକ୍ରି ଆରମ୍ଭ ହେବ । ଏହି ଫୋନକୁ ୨୫ୱାଟ ର ଫାଷ୍ଟ ଚାର୍ଜିଂ ସପୋର୍ଟ ଏବଂ ୬୦୦୦ଏମଏଏଚ ବ୍ୟାଟେରୀ ସହିତ ଲଞ୍ଚ କରାଯିବ ।
ଏହି ଫୋନରେ ୬.୪ ଇଂଚର ସୁପର ଏମୋଲେଡ, ଏଚଡି ପ୍ଲସ ଡିସପ୍ଲେ ଦିଆଯିବ ଯାହା ୯୦ଏଚଜେଡ ର ରିଫ୍ରେସ ରେଟ୍ କୁ ସପୋର୍ଟ କରିବ । ଏଥିରେ କ୍ୱାଡ ରିୟର କ୍ୟାମେରା ସେଟଅପ ଦିଆଯିବ , ଯେଉଁଥିରେ ମେନ୍ କ୍ୟାମେରା ୪୮ ମେଗାପିକ୍ସଲ । ଏହି ଫୋନ ଗାଲାକ୍ସି ଏଫ ସିରିଜ୍ ଭଳି ଲଞ୍ଚ ହେବାକୁ ଥିବା କମ୍ପାନୀର ଚତୁର୍ଥ ଫୋନ ।