ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ଏକ କୋଟି ଛୁଇଁବାକୁ ବସିଲାଣି । ଏପର୍ଯ୍ୟନ୍ତ ଏହି ଭାଇରସରେ ୯୫ ଲକ୍ଷ ରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଲେଣି । ସେପଟେ ଏହି ଭାଇରସକୁ ମାତ୍ ଦେବା ପାଇଁ ୩ ଟି ଭ୍ୟାକ୍ସିନର ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋଦ୍ ଲ୍ୟାବ ବୁଲି ଟୀକାର ସମୀକ୍ଷା କରିଛନ୍ତି । ଏହାରି ମଧ୍ୟରେ ଭାରତୀୟ କ୍ରିକେଟର ହରଭଜନ ସିଂହ ଟୀକାକୁ ନେଇ ଏଭଳି ଏକ ଟ୍ୱିଟ କରିଛନ୍ତି । ଯେଉଁଥିପାଇଁ ସେ ଟ୍ରୋଲର ଶିକାର ହୋଇଛନ୍ତି ।
ଭଜ୍ଜି ଟ୍ୱିଟ କରି କହିଛନ୍ତି କି, ଫାଇଜର ଏବଂ ବାୟୋଟେକ ଭ୍ୟାକ୍ସିନ ର ଆକ୍ୟୁରେସି ୯୪ ପ୍ରତିଶତ । ମୋଡେର୍ଣ୍ଣା ଭ୍ୟାକ୍ସିନ- ୯୪.୫ ପ୍ରତିଶତ, ଅକ୍ସୋଫୋର୍ଡ ଭ୍ୟାକ୍ସିନ-୯୦ ପ୍ରତିଶତ । ବିନା ଭ୍ୟାକ୍ସିନରେ ଭାରତରେ ରେକୋଭରୀ ରେଟ ୯୩.୬ ପ୍ରତିଶତ । ଭାରତୀୟଙ୍କୁ କଣ ସତରେ ଟୀକାର ଆବଶ୍ୟକତା ରହିଛି ।
PFIZER AND BIOTECH Vaccine:
Accuracy *94%
Moderna Vaccine: Accuracy *94.5%
Oxford Vaccine: Accuracy *90%
Indian Recovery rate (Without Vaccine): 93.6%
Do we seriously need vaccine 🤔🤔— Harbhajan Turbanator (@harbhajan_singh) December 3, 2020
ଏହି ପୋଷ୍ଟ କରିବା ପରେ ସୋସିଆଲ ମିଡିଆରେ ହରଭଜନ ସିଂହଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି ୟୁଜର୍ସ ।
You are just like my fufaji and mamaji on whatsapp family groups. So Cute 🤣
— Aayush Khandelwal (@JustAayush) December 3, 2020