ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାମସଙ୍ଗ ତାର ଏସ୍ ସିରିଜ୍ ର ଶସ୍ତା ସ୍ମାର୍ଟଫୋନ ଲଞ୍ଚ କରିଛି । ଏହା ସାମସଙ୍ଗ ଗାଲାକ୍ସି ଏସ୨୦ ଏଫଇ ୨୦୨୨ । ଫିଚର୍ସ କଥା ଯଦି କହିବା ତେବେ ଏଥିରେ ୬,୫ ଇଂଚର ଫୁଲ ଏଚଡି ପ୍ଲସ ସୁପର ଏମୋଲେଡ ଇନଫିନିଟି ଡିସପ୍ଲେ ଦିଆଯାଇଛି । ଯାହାର ରିଫ୍ରେସ ରେଟ୍ ୧୨୦ଏଚଜେଡ୍ ।
ଫୋନରେ ଅକ୍ଟାକୋର ସ୍ନାପଡ୍ରାଗନ ୮୬୫ ପ୍ରୋସେସର ସହିତ ୬ଜିବି ର୍ୟାମ ଦିଆଯାଇଛି । କ୍ୟାମେରା କଥା ଯଦି କହିବା ତ୍ରିପଲ ରିୟର କ୍ୟାମେରା ସେଟଅପ ଦିଆଯାଇଛି । ଏଥିରେ ୧୨ ମେଗାପିକ୍ସଲର ପ୍ରାଇମେରୀ କ୍ୟାମେରା, ୧୨ ମେଗାପିକ୍ସଲର ଅଲ୍ଟ୍ରା ୱାଇଡ ଆଙ୍ଗେଲ ଲେନ୍ସ ଏବଂ ୮ ମେଗାପିକ୍ସଲର ଟେଲିଫୋଟୋ ଲେନ୍ସ ଦିଆଯାଇଛି । ସେହିପରି ସେଲ୍ଫି ପାଇଁ ୩୨ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି ।
ଫୋନଟି ଗୁଗଲ ର ଆଣ୍ଡ୍ରୋଏଡ ୧୦ ଅପରେଟିଙ୍ଗ ସିଷ୍ଟମରେ କାମ କରିବ । ଏଥିରେ ୧୨୮ ଜିବି ଇଂଟରନାଲ ମେମୋରୀ ଦିଆଯାଇଛି । ଯାହାକୁ ମାଇକ୍ରୋଏସଡି କାର୍ଡ ଦ୍ୱାରା ବଢାଯାଇ ପାରିବ । ଫୋନଟି ୧୫ ୱାଟ ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ ଲଞ୍ଚ ହୋଇଛି । ଏଥିରେ ଟାଇପ ସି ପୋର୍ଟ ଦିଆଯାଇଛି । କିନ୍ତୁ ଭାରତରେ ଏହି ଫୋନ ଲଞ୍ଚ ହୋଇନି ଏବଂ କେବେ ଏହା ଲଞ୍ଚ ହେବ ସେନେଇ କୌଣସି ସ୍ପିଟିକରଣ ଦିଆଯାଇନାହିଁ ।